ଯିଏ ଦିନେ ପୂଜାପାଠରେ ବିଶ୍ୱାସ କରୁନଥିଲେ । ଆଜି ସେ ଧାର୍ମିକ ଚେତନାରେ ବୁଡ଼ି ରହୁଛନ୍ତି । ସତସଙ୍ଗ ଶୁଣୁଛନ୍ତି । ପୂଜାପାଠ ବି କରୁଛନ୍ତି । ନିଜର ଆଗ୍ରେସନ୍କୁ ନେଇ ପରିଚିତ କିଙ୍ଗ୍ କୋହଲି ଏବେ ମନ୍ଦିର, ପୂଜାପାଠରେ ବିଶ୍ୱାସ କରୁଛନ୍ତି ।
ସତ ହେଲା ବିରାଟଙ୍କ ସ୍ୱପ୍ନ; ପ୍ରେମାନନ୍ଦ ମହାରାଜଙ୍କ ଦରବାରରେ ଚମକିଲା ବିରାଟଙ୍କ ଭାଗ୍ୟ !
ଯେତେବେଳେ ତୁମ ଦ୍ୱାରା ସମସ୍ୟାର ସମାଧାନ ହୁଏନା, ସେତେବେଳେ ତୁମେ ଭଗବାନଙ୍କ ଆଶ୍ରୟ ନିଅ, ତାଙ୍କ ଶରଣକୁ ଆସ । ପ୍ରତ୍ୟେକ ବ୍ୟକ୍ତି ଏହା ହିଁ କରିଥାଏ । ଆଉ ବିରାଟ ବି ସେଇଆ ହିଁ କରିଥିଲେ । କେତେବେଳେ ମହାକାଳେଶ୍ୱର ମନ୍ଦିର ତ କେତେ ବେଳେ ରାମ ମନ୍ଦିରକୁ ଯାଇ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି । ଆଉ କେତେବେଳେ ବାବା ପ୍ରେମାନନ୍ଦଙ୍କ ପାଖକୁ ଯାଇ ତାଙ୍କ ଆଶିଷ ଭିକ୍ଷା କରିଛନ୍ତି ।
୧୭ ବର୍ଷ ଧରି IPLରେ ବିରାଟ କୋହଲିଙ୍କ ଭାଗ୍ୟ ଚମକି ନଥିଲା । କିନ୍ତୁ ବାବା ପ୍ରେମାନନ୍ଦ ମହାରାଜଙ୍କ ଦରବାର ଯିବା ପରେ ବିରାଟଙ୍କ ଅପେକ୍ଷାର ଅନ୍ତ ଘଟିଲା । RCBର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ଫିଲ୍ଡରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ସୋସିଆଲ ମିଡିଆରେ ପ୍ରେମାନନ୍ଦ ମହାରାଜ ଟ୍ରେଣ୍ଡ କରିବାରେ ଲାଗିଲେ । କାରଣ ବିରାଟ କୋହଲି ଫାଇନାଲ ପୂର୍ବରୁ ତାଙ୍କ ଆଶୀର୍ବାଦ ନେଇଥିଲେ ।