ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ଚତୁଃପାଶ୍ୱର୍ରେ ନୂତନ ବାଡ଼ ଲାଗିଛି

ବ୍ରିଟିଶ ଅମଳର ପୁରୁଣା ଲୁହା ବାଡ଼ କଢ଼ାଯାଇ ପିତ୍ତଳର ବାଡ଼ ଲଗାଯାଇଛି । ୧୬ କୋଣୀ ଏହି ଶିଳାସ୍ତମ୍ଭର ଉପରି ଭାଗରେ ସୂର୍ଯ୍ୟଙ୍କ ସାରଥି ଅରୁଣ ଅଧିଷ୍ଠିତ ହୋଇଛନ୍ତି । ଅରୁଣଙ୍କ ସମାନ ଉଚ୍ଚତାରେ ବଡ଼ଦେଉଳ ରତ୍ନବେଦି ରହିଛି ବୋଲି କୁହାଯାଏ ।

ଅଷ୍ଟାଦଶ ଶତାବ୍ଦୀରେ ତତ୍କାଳୀନ ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନ କାଳରେ କୋଣାର୍କରୁ ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶୋଭା ପାଉଛି ଅରୁଣ ସ୍ତମ୍ଭ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କୁହନ୍ତି ପୂର୍ବ ଲୁହାର ବାଡ଼ ମୁନିଆ ଥିଲା ।

ପ୍ରବଳ ଭିଡ଼ରେ ଭକ୍ତ ଆହତ ହେବାର ଆଶଙ୍କା ରହିଥିଲା । ବର୍ତ୍ତମାନ ପିତ୍ତଳ ବାଡ଼ ସୁନ୍ଦର ଦେଖାଯିବା ସହ ବିପଦର ସମ୍ଭାବନା ନାହିଁ । କିନ୍ତୁ ଭକ୍ତମାନେ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି | ଅରୁଣ ସ୍ତମ୍ଭକୁ ପ୍ରାୟ ୪ ଫୁଟ ଉଚ୍ଚର ବାଡ଼ ଘେରା ଯିବାରେ ଭକ୍ତର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଥିବା ଅଭିଯୋଗ ହୋଇଛି ।

ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବା ପୂର୍ବରୁ ଅରୁଣ ସ୍ତମ୍ଭକୁ ସ୍ପର୍ଶ କରି ମୁଣ୍ଡିଆ ମାରନ୍ତି । ଏବେ ଛାତିଏ ଉଚ୍ଚତା ବିଶିଷ୍ଟ ବାଡ଼ ଲାଗିବାରେ ଭକ୍ତମାନେ ଏହି ଅଧିକାରରୁ ବଞ୍ଚିତ ହୋଇଥିବା କ୍ଷୋଭର ସହ କହିଛନ୍ତି ।

Leave a Reply

Your email address will not be published. Required fields are marked *