ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ସାମ୍ବାଦିକଙ୍କୁ ପେନ୍‍ସନ୍‍ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି

ସାମ୍ବାଦିକଙ୍କୁ ପେନ୍‍ସନ୍‍ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍‍ସନ୍‍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆମେ ବିରୋଧୀ ଆସନରେ ଥିବାବେଳେ ଏହି ପ୍ରସଙ୍ଗ ଉଠାଉଥିଲୁ।ଏବେ ଶାସନ ଗାଦିକୁ ଆସିବା ପରେ ଯାହା ଦାବି କରୁଥିଲୁ ତାକୁ କାର୍ଯ୍ୟକାରୀ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ରାଜଭବନରେ ଆୟୋଜିତ ଆଟ୍‌ ହୋମ୍‌ ଉତ୍ସବରେ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଅଲ ଓଡ଼ିଶା ମିଡିଆ ଆସୋସିଏସନ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପଦେଷ୍ଟା ରବିପ୍ରିୟ ଦାଶ ଏବଂ ଉପ ସଭାପତି ସରୋଜ ରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ଏ ନେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା କହିବା ସହ ଆମେ ଏହି ଦାବି ଉଠାଇଥିଲୁ, ଏହାକୁ ଆମେ ହିଁ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକମାନଙ୍କୁ ପେନ୍‍ସନ୍‍ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହେଉଛି। ରାଜ୍ୟସ୍ତରୀୟ ସାମ୍ବାଦିକ ସଂଘ ସମେତ ଜିଲାସ୍ତରୀୟ ସାମ୍ବାଦିକମାନେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଏବଂ ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପଠାଇ ଚାଲିଛନ୍ତି।

Leave a Reply

Your email address will not be published. Required fields are marked *