ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଚାଷୀ ପଞ୍ଜୀକରଣ ହେଲା ସରଳ

ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ

ଚାଷୀ ପଞ୍ଜୀକରଣ ହେଲା ସହଜ । ଖରିଫ ଋତୁ ଚାଷୀ ପଞ୍ଜୀକରଣକୁ ସରଳୀକରଣ କରିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ଦେବାକୁ ପଡ଼ିବ ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର ବା ଲିଗାଲ୍ ହେୟାର ସାର୍ଟିଫିକେଟ୍ । ରାଜସ୍ବ ନିରୀକ୍ଷକଙ୍କ ଠାରୁ ରିପୋର୍ଟ ଆଣିବାକୁ ପଡ଼ିବ ନାହିଁ । ନିଜସ୍ବ ଘୋଷଣାପତ୍ରରେ ବା (ସେଲ୍ଫ ଜିକ୍ଲାରେସନ୍ ଫର୍ମ)ରେ ଚାଷୀ ମାନେ ପଞ୍ଜୀକରଣ କରିବେ ।

ଜଣେ ବି ଯୋଗ୍ୟ ଚାଷୀ ଏମ୍ଏସ୍ପିରୁ ବଞ୍ଚିତ ହେବେନାହିଁ । ଏନେଇ ଖାଦ୍ୟଯୋଗଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳମାନଙ୍କୁ ଚିଠି ଯୋଗ ଅବଗତ କରାଯାଇଛି।

ଚଳିତ ବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିଲା । ଯେଉଁ ପ୍ଲଟ୍ ବାପା, ଜେଜେବାପାଙ୍କ ନାମରେ ରହିଛି, ତାହାର ଉତ୍ତରାଧିକାରୀ କେଉଁମାନେ ରହିଛନ୍ତି ତାହାର ବଂଶାନୁକ୍ରମ ପ୍ରମାଣପତ୍ର ପ୍ରଥମେ ଆର୍ଆଇଙ୍କ ଠାରୁ ରିପୋର୍ଟ ଆଣିବାକୁ ପଡ଼ୁଥିଲା ଏହା ସହିତ ଲିଗାଲ ହେୟାରରେ ଥିବା ସମସ୍ତ ସଦସ୍ୟଙ୍କ ଅନୁମତିପତ୍ର ବି ଦରକାର ପଡ଼ୁଥିଲା ଯାହାଫଳରେ ଭାଇ ଭାଇ ବିବାଦ ଓ ଭଉଣୀଙ୍କ ଅନୁମତି ପାଇଁ ଚାଷୀ ନାକେଦମ ହେଉଥିଲେ। ଭାଇ ବାହାରେ ରହୁଥିଲେ ହ୍ୱାଟ୍ସଆପରେ ଫର୍ମ ପଠାଇବାକୁ ପଡୁଥିଲା । ମାତ୍ର ଏହାକୁ ସରଳ କରିଛନ୍ତି ରାଜ୍ୟ ସରକାର। ବଂଶାନୁକ୍ରମିକ ପ୍ରମାଣପତ୍ର ନଥିଲେ ସେଲ୍ପ ଡିକ୍ଳାରେସନ୍ ମାଧ୍ୟମରେ ଚାଷୀମାନେ ଜମି ପଞ୍ଜୀକରଣ କରିପାରିବେ ।

Leave a Reply

Your email address will not be published. Required fields are marked *