ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ
ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ହୋଲି ପୂର୍ବରୁ ରକ୍ତ ରଞ୍ଜିତ ରାଜଧାନୀ,ୟୁଟ୍ୟୁବର୍‌ଙ୍କୁ ଛୁରି ଭୁସି ଦେଲେ

ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି । ଜଣେ ୟୁଟ୍ୟୁବରଙ୍କୁ ୩ ଜଣ ଯୁବକ ଶନିବାର ରାତିରେ ଛୁରି ଭୁସି ହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଜିଜିପି କଲୋନୀରେ ରହୁଥିବା ରାହୁଲ ମହାରଣା(୩୨) । ରାତି ସାଢ଼େ ୯ଟା ବେଳେ ସେ ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସହିତ ବସିଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍‌ରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରି ଭୁସି ଦେଇ ପଳାଇଥିଲେ । ରାହୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ନିକଟସ୍ଥ ଏକ ମେଡିକାଲ୍ କଲେଜକୁ ନିଆଯାଇଥିଲା । ସେଠାରୁ ପୁଣି ଏକ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା । ତାଙ୍କୁ ଫେରାଇ ଦେବାରୁ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ରାହୁଲଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ରାହୁଲଙ୍କର ପଳାଶୁଣି ଛକରେ ଏକ ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍ ଦୋକାନ ରହିଛି । ୬ ମାସ ତଳେ ତାଙ୍କ ଦୋକାନ ସାମ୍ନାରେ ପାର୍କିଂକୁ ନେଇ ତାଙ୍କର ଜଣେ କାର୍ ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗ ଆଧାରରେ ରାହୁଲଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ୍‌ରେ ଆସିବା ପରେ ଏହାକୁ ନେଇ ପରବର୍ତ୍ତୀ ସମୟରେ ରାହୁଲ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଅଭିଯୋଗକାରୀ ପଳାଶୁଣି ଅଞ୍ଚଳରେ ରୁହନ୍ତି । ସେ ରାହୁଲଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ପୁଅ ହୋଇଥିବାରୁ ସେ ସୁପାରି ଦେଇ ଏହି ହତ୍ୟା କରିଥିବା ନେଇ ପରିବାର ଲୋକେ ପୁଲିସକୁ କହିଛନ୍ତି । ରାହୁଲଙ୍କର କେବଳ ଜଣେ ଶତ୍ରୁ ଥିଲେ ବୋଲି ସମ୍ପର୍କୀୟମାନେ କହିଛନ୍ତି ।
ଗତ ଡିସେମ୍ବର ମାସରେ ରାହୁଲଙ୍କର ବାହାଘର ହୋଇଥିଲା । ସ୍ୱାମୀ-ସ୍ତ୍ରୀ ଦୁହେଁ ଭିଡିଓ କରି ୟୁଟୁବ୍‌ରେ ଛାଡୁଥିଲେ। ତାଙ୍କର ସମର୍ଥକମାନେ ଏହି ଖବର ପାଇବା ପରେ ଘରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ରାହୁଲଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ରସୁଲଗଡ଼ ଥାନା ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ଆଡ଼େ ଚଢ଼ଉ କରିଥିଲା । ୨୪ ଘଣ୍ଟା ମଧ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁଲିିସ। ସିସିଟିଭି ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାର୍ଡ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *