ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !
ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ସଞ୍ଜୁ ସାମ୍ନାରେ କ୍ୟାପ କାଢିଲେ ମୁଣ୍ଡ ନୂଆଁଇଲେ କ୍ୟାପଟେନ ସୂର୍ଯ୍ୟକୁମାର,ଜାଣନ୍ତୁ କାରଣ?

ଯାହାଙ୍କୁ ପ୍ଲେଇଂ ଢଓ ରୁ ବାଦ୍ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ। ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ଓଉଉ ଞ୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ଲେଇଂ ଇଲେଭେନରୁ ବାଦ ଦେଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ସଞ୍ଜୁ ସାମସନଙ୍କ ଅପରାଜିତ ୯୭ରନ ଭାରତର ଟୁର୍ଣ୍ଣାମେଣ୍ଟ ଜିତିବାର ଆଶାକୁ ପୁନର୍ଜୀବିତ କରିଥିଲା। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ଛୁଇଁପାରିନଥିଲେ, କିନ୍ତୁ ବ୍ୟାଟ୍ସମ୍ୟାନ ଏକାକୀ ବୋଲରମାନଙ୍କୁ ଛକା ମାରିଥିଲେ। ଏହା ଏପରି ଏକ ଇନିଂସ ଥିଲା ଯାହା ସୂର୍ଯ୍ୟଙ୍କୁ ମଧ୍ୟ ମୁଣ୍ଡ ନୁଆଇଁବାକୁ ବାଧ୍ୟ କରିଥିଲା।ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର କର ବା ମର ବିଜୟ ପରେ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କ ପ୍ରଶଂସା କରିଥିଲେ।ଏକାକୀ ଲଢ଼ିଲେ ସଞ୍ଜୁ ସାମସନ। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର୍ ୮ର ଅନ୍ତିମ ମୁକାବିଲା ବେଶ୍ ରୋମାଞ୍ଚକର ରହିଛି । ୱେଷ୍ଟଇଣ୍ଡିଜ୍‌କୁ ଭାରତ ହରାଇ ସେମି ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ହିରୋ ସାଜିଛନ୍ତି ଓପନର୍ ସଞ୍ଜୁ ସାମସନ । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।ଇଂଲଣ୍ଡ ସହ ଭାରତ ସେମି ଫାଇନାଲ୍‌ରେ ଭେଟିବ । ଆସନ୍ତା ୫ ତାରିଖରେ ମୁମ୍ବାଇର ୱାଙ୍ଖେଡେରେ ଖେଳାଯିବ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ୍ ।ଇଡେନ୍ ଗାର୍ଡେନ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ୱେଷ୍ଟଇଣ୍ଡିଜ୍‌କୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା । ଭାରତ ୧୯୬ ରନ୍‌କୁ ଚେଜ୍ କରୁଥିବା ବେଳେ ଶେଷ ପର୍ଯ୍ୟନ୍ତ ସାଥ୍ ଦେଇଥିଲେ ଓପନର୍ ସଞ୍ଜୁ ସାମସନ ।୧୯.୨ ଓର୍ଭରେ ସଞ୍ଜୁ ସାମସନ ଚଉକା ମାରି ଭାରତକୁ ବିଜୟ ଭେଟି ଦେବା ସହ ସେମି ଫାଇନାଲ୍‌ରେ ପହଞ୍ଚିଛି ଦଳ । ଭାରତ ୪ ବଲ୍ ବାକି ଥାଇ ୫ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇବା ସହ ସେମି ଫାଇନାଲ୍‌ରେ ପହଞ୍ଚିଛି । ଭାରତ ଠାରୁ ହାରିବା ପରେ ଧୂଳିସାତ୍ ହୋଇ ଯାଇଛି ୱେଷ୍ଟଇଣ୍ଡିଜ୍ ସେମି ଫାଇନାଲ୍ ଆଶା ।ଭାରତ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୫୦ ବଲ୍‌ରେ ୯୭ ରନ୍ ସ୍କୋର୍ କରିଛନ୍ତି ସଞ୍ଜୁ ସାମସନ । ସଞ୍ଜୁଙ୍କ ବ୍ୟାଟ୍‌ରୁ ୧୨ଟି ଚଉକା ସହ ୬ଟି ଛକା ବର୍ଷା ହୋଇଛି ଇଡେନ୍ ଗାର୍ଡେନ୍‌ରେ ।ପ୍ରଥମରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ହାର୍ ମାନି ନଥିଲେ ସଞ୍ଜୁ ସାମସନ । ଯାହା ପାଇଁ ସୂର୍ଯ୍ୟ ଙ୍କ ହାତରେ ଲାଗିଲା ସେମି ଫାଇନାଲ ଟିକେଟ । ଆଉ ମ୍ୟାଚ ସରୁ ସରୁ ମୈଦାନ କୁ ଦୌଡ଼ି ଯାଇ ସୂର୍ଯ୍ୟ କଲେ ଏମିତି ଷ୍ଟାଡିୟମ ରେ ଉପସ୍ଥିତ ସମସ୍ତେ ବସ ଚାହିଁ ରହିଥିଲେ ।

Leave a Reply

Your email address will not be published. Required fields are marked *