ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

କୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗ

ରୁମରେ ଚିକେନ ତରକାରୀ ପାଇ ହେଲ୍ପର ଚିକେନ ଆଣିଥିଲା

କିନ୍ତୁ ସେହି ଚିକେନ ପାଇଁ ହେଲ୍ପର ଡ୍ରାଇଭରର ଜୀବନ ନେଇଗଲା

ମାଂସ ଖାଇବା ହେଲା କାଳ! କାମରୁ ଫେରି ଡ୍ରାଇଭର ଓ ଶ୍ରମିକ ଦୋକାନରୁ କୁକୁଡ଼ା ମାଂସ କିଣି, ମାଂସ ଟଙ୍କା ଦିଆନିଆ କଥାକୁ ନେଇ ପରସ୍ପର ଭିତରେ ବଚଶା ହୋଇଥିଲା। କୁରାଢ଼ୀରେ ଡ୍ରାଇଭରକୁ ମାରି ଦେଲା ଶ୍ରମିକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଗହଳାମୁଣ୍ଡା ଗ୍ରାମରେ। ଘଟଣା ଭିଆଇ ହତ୍ୟାକାରୀ ଫେରାର ହେଇଯିବା ପରେ, ହତ୍ୟାକାରୀକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଗ୍ରାମବାସୀ। ତେବେ ଥାନା ଧିକାରୀଙ୍କ ପ୍ରତିଶୃତିର ୧୨ ଘଣ୍ଟା ପୂର୍ବରୁ ଝାରପୋଖରିଆ ପୋଲିସ ଅଭିଯୁକ୍ତ ଗୁରୁ ଗୋବିନ୍ଦକୁ ନିକଟ ଜଙ୍ଗଲ ଭିତରେ ଲୁଚିଥିବା ବେଳେ ଗିରଫ କରିବାରେ ସଫଳ ହୋଇଛି। ପ୍ରକାଶ ଥାଉକି ଗୋଟିଏ ଗାଡିରେ ଅମୃତ ମହାନ୍ତ ଡ୍ରାଇଭର ଓ ଗୁରୁ ଗୋବିନ୍ଦ ମହାନ୍ତ ହେଲ୍ପର ଭାବେ କାମ କରୁଥିଲେ। ବୁଧବାର ସନ୍ଧ୍ୟାରେ କାମରୁ ଫେରି ଗୁରୁଗୋବିନ୍ଦ ଦୋକାନରୁ କୁକୁଡ଼ା ମାଂସ ଆଣି ରାନ୍ଧି ଖାଇବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅମୃତ ମହାନ୍ତକୁ ମାଂସ ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ଗୁରୁ ଗୋବିନ୍ଦ ଉତକ୍ଷିତ ହୋଇ ବୁଡିଆରେ ଅମୃତ ମହାନ୍ତକୁ ମାରଣାନ୍ତକ ଆକ୍ରମଣ କରି ଜୀବନରୁ ମାରିଦେଇଥିଲା। ପୋଲିସ ଉକ୍ତ ଘଟଣାକୁ ନେଇ ହତ୍ୟାକାରୀ କୁ ଖୋଜାଖୋଜି କରୁଥିଲେ ସୁଦ୍ଧା ନିକଟ ଜଙ୍ଗଲରେ ଲୁଚିରହିଥିବା କାରଣରୁ ସେ ଧରା ପଡୁନଥିଲା। ତେବେ ବିଳମ୍ବ ହେବାରୁ ହତ୍ୟାକାରୀକୁ ଗିରଫ ଦାବି ନେଇ ମୃତ ଦେହକୁ ରାଜପଥରେ ରଖି ପରିବାର ଲୋକଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ରାଜପଥ ୪୯କୁ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଥାନାଧିକାରୀ ପ୍ରଭୂ କଲ୍ୟାଣ ଆଚାର୍ଯ୍ୟ ପହଁଚି ମୃତକଙ୍କ ମା ଏବଂ ମୃତକଙ୍କ ପତ୍ନୀଙ୍କ ସହିତ ଆଲୋଚନା କରି ୨୪ ଘଣ୍ଟା ଭିତରେ ହତ୍ୟାକାରୀକୁ ଗିରଫ କରିବାର ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଥିଲା। ପୋଲିସ ଏହି ଘଟଣାକୁ ଗୁରୁତର ସହ ତଦନ୍ତ କରି ହତ୍ୟାକାରୀକୁ ୧୨ ଘଣ୍ଟା ଭିତରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *