ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଏମିତି ରହସ୍ୟ ଖୋଲାସା କଲା ବାୟୁସେନା

ଅପରେସନ୍ ସିନ୍ଦୂରକୁ ନେଇ ବଡ ଖୋଲାସ।
ଭାରତ-ପାକିସ୍ତାନ ମଧ୍ୟରେ ସିଜଫାୟାର୍ ପରେ ଏବେ ଭାରତୀୟ ବାୟୁସେନା ବଡ଼ ବୟାନ ଦେଇଛି । ଯାହାକୁ ଶୁଣିଲେ ପାକିସ୍ତାନର ନିଦ ପୁଣି ଉଡ଼ିବ । ଇଣ୍ଡିଆନ୍ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ସିନ୍ଦୂର ଏଯାଏଁ ଶେଷ ହୋଇନି । IAF ପକ୍ଷରୁ ଜାରି ହୋଇଥିବା ଏହି ବୟାନରେ କୁହାଯାଇଛି ଯେ ‘ଭାରତୀୟ ବାୟୁ ସେନା ଅପରେସନ୍ ସିନ୍ଦୂରରେ ଦିଆଯାଇଥିବା କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରିଛି । ରାଷ୍ଟ୍ରୀୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିବେକପୂର୍ଣ୍ଣ ବିଚାର କରି ସଞ୍ଚାଳନ କରାଯାଉଛି । ଯେହେତୁ ଅପରେସନ ଜାରି ରହିଛି , ତେଣୁ ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଠିକ୍ ସମୟରେ ସଠିକ ତଥ୍ୟ ଦିଆଯିବ । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ ।’ ଏନେଇ ‘X’ ରେ ସୂଚନା ଦେଇଛି ଭାରତୀୟ ବାୟୁସେନା ।  

ମେ’ ୭ ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ । ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା । ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା ।  ଆକ୍ରମଣରେ ଧୂଳିସାତ ହୋଇଥିଲା ପାକିସ୍ତାନରେ ଥିବା ଆତଙ୍କୀ ହବ୍ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ୱଂସ ହୋଇଥିଲା । ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର । ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ ଜଣ ସମ୍ପର୍କୀୟ ନିହତ ହୋଇଥିଲେ । କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା । ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ ।

Leave a Reply

Your email address will not be published. Required fields are marked *