ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଅପଣ ଇଣ୍ଡିଆନ ଆର୍ମିରୁ ବଞ୍ଚିତ କି?

ଅପଣ ଇଣ୍ଡିଆନ ଆର୍ମିରୁ ବଞ୍ଚିତ କି? ଆଶାୟୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ପରିକ୍ଷା ନଦେଇ ପାଇବେ ଆର୍ମି ଚାକିରୀ । ତେବେ ଡେରି ନକରି ଜାଣନ୍ତୁ ସପୂର୍ଣ୍ଣ ତଥ୍ୟ । ଇଣ୍ଡିଆନ୍ ଆର୍ମିରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ଆର୍ମିରେ ଭର୍ତ୍ତି ହେବା ପାଇଁ ଆପଣଙ୍କୁ କୌଣସି ପରୀକ୍ଷାର ସାମ୍ନା କରିବାକୁ ପଡିବ ନାହିଁ । ଇଣ୍ଟରଭ୍ୟୁ ଦେବା ପରେ ପରେ ସିଲେକ୍ସନ ହେବେ । ଦରମା ୫୦ ହଜାର ଉପରେ ଥିବା ସୂଚନା । ତେବେ ଭାରତୀୟ ସେନାରେ ଭର୍ତ୍ତି ହେବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀଙ୍କ ଟେକ୍ନିକାଲ ଗ୍ରାଜୁଏଟ କୋର୍ସ କରିଥିବା ଦରକାର । ପ୍ରାର୍ଥୀମାନେ ୨୯ ମେ’ ପର୍ୟ୍ୟେନ୍ତ ଆବେଦନ କରିପାରିବେ । ସେନାରେ ଭର୍ତ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ । ସିଧା ଇଣ୍ଟରଭ୍ୟୁ ମାଧ୍ୟମରେ ସିଲେକ୍ସନ ହେବ ବୋଲି ଜଣାପଡ଼ିଛି । ଜାନୁଆରୀ ୨୦୨୬ ପାଇଁ ଆବେଦନ କରାଯାଉଛି ।

ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ୩୦ ଏପ୍ରିଲ ୨୦୨୫ ରୁ ଅନ୍‌ଲାଇନରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୨୯ ମେ’ ୨୦୨୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିଛି । joinindianarmy.nic.in କୁ ଯାଇ ଅନଲାଇନ୍‌ ଆବେଦନ କରିପାରିବେ। ଯେଉଁ ଯୁବକ ଅବିବାହିତ ସେମାନେ ଇଣ୍ଡିଆନ ଆର୍ମିରେ ଆବେଦନ କରିପାରିବେ ଏବଂ ପ୍ରାର୍ଥୀଙ୍କ ପାଖରେ B.E./B.Tech ର ଡିଗ୍ରି ଥିବା ଦରକାର ।

ଅଥବା ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ର ହୋଇଥିବା ଆବଶ୍ୟକ ଏବଂ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୭ ବର୍ଷ ମଧ୍ୟରେ ରହିଥିବ । ଏହି ଚୟନ ପ୍ରକ୍ରିୟାରେ ସିଧା SSB ଇଣ୍ଟରଭ୍ୟୁ ହେବ, କିଛି ଲିଖିତ ପରୀକ୍ଷା ହେବ ନାହିଁ । ଯେଉଁମାନେ ଏଥିରେ ସଫଳ ହେବେ ସେମାନଙ୍କୁ ଭାରତୀୟ ସୈନ୍ୟ ଏକାଡେମି, ଡେରାଡୁନ୍‌ରେ ତାଲିମ ଦିଆଯିବ । ଏହାପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ତେବେ ଏହି ସୁବର୍ଣ୍ଣ ସୁଯୋଗ କେବଳ ଇଞ୍ଜିନିୟରିଂ ଗ୍ରାଜୁଏଟ ମାନଙ୍କ ପାଇଁ ଯେଉଁମାନେ ଭାରତୀୟ ସେନାର ଅଂଶ ହୋଇ ଗର୍ବର ସହିତ ଦେଶ ସେବା କରିବାକୁ ଚାହାନ୍ତି ।

Leave a Reply

Your email address will not be published. Required fields are marked *