ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଗୋଟିଏ ସପ୍ତାହରେ କ୍ରିକେଟ ଫ୍ୟାନ୍ସଙ୍କୁ ଡବଲ ଝଟକା

ଗୋଟିଏ ସପ୍ତାହରେ କ୍ରିକେଟ ଫ୍ୟାନ୍ସଙ୍କୁ ଡବଲ ଝଟକା
ସେବେ ରୋହିତ ଆଉ ଏବେ କିଙ୍ଗ କୋହୋଲି
ଆଉ ଧଳା ଡ୍ରେସରେ ଦିଶିବେନି ଚିକୁ । ଟେଷ୍ଟ କ୍ରିକେଟରୁ ବିଦାୟ ନେଲେ ବିରାଟ କୋହଲି ଓରଫ ଚିକୁ । ଭାରତୀୟ କ୍ରିକେଟ ଜଗତକୁ ଏକ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ କିଙ୍ଗ କୋହଲି ।

ରୋହିତ ଶର୍ମାଙ୍କ ପରେ ବିରାଟ କୋହଲିଙ୍କ ଅବସର ଫ୍ୟାନ୍ସଙ୍କୁ ଖୁବ୍ ବାଧୁଛି
ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିରାଟ ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା ନେଇଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନ ସାରା ମୋ ସହିତ ରଖି ଆଗକୁ ବଢ଼ିବି ।”

ଗତ କିଛିଦିନ ହେଲାଣି ବିରାଟଙ୍କ ଅବସର ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ବିରାଟ ବିସିସିଆଇ ନିକଟରେ ଟେଷ୍ଟ କ୍ୟାରିଅର ଶେଷ କରିବା ନେଇ ସୂଚନା ମଧ୍ୟ ଦେଇଥିଲେ । କିନ୍ତୁ ବିସିସିଆଇ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଆଖିରେ ରଖି ତାଙ୍କୁ ଅବସର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ କହିଥିଲା । ତେବେ ମାନସିକ ଭାବେ ନିଜକୁ ଅବସର ପାଇଁ ପ୍ରସ୍ତୁତ କରି ସାରିଥିବା ବିରାଟ ଆଉ ନିଷ୍ପତ୍ତିରୁ ଓହରିବାକୁ ରାଜି ନାହାନ୍ତି ।

ପୂର୍ବରୁ ବିରାଟ କୋହଲି ଟି୨୦ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏହାପରେ ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳିବେ । କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୬.୮୫ ହାରରେ ମୋଟ୍ ୯ ହଜାର ୨୩୦ ରନ୍ ସ୍କୋର କରିଛନ୍ତି । ଏଥିରେ ରହିଛି ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ।

Leave a Reply

Your email address will not be published. Required fields are marked *