ଘରୁ ଉଠାଇ ନେଲା ପୋଲିସ । ଭିସି ଜରିଆରେ ଚାଲିଛି ପଚରାଉଚରା । ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ଜ୍ୟୋତି ମଲହୋତ୍ରାଙ୍କ ସହ କେମିତି ବନ୍ଧୁତା ହେଲା ସେନେଇ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କେବେ ଓ କାହିଁକି ପାକିସ୍ତାନ ଯାଇଥିଲେ ସେନେଇ ପ୍ରଶ୍ନ କରିଥିଲା ହିସାର ପୁଲିସ ।
ଅନ୍ୟପଟେ ପ୍ରିୟଙ୍କା କର୍ତାରପୁର କରିଡର ଦେଇ ପାକିସ୍ତାନ ଯାଇଥିବାର ଫଟୋ ସୋସିଆଲ ମିଡ଼ିଆରେ ନିଜେ ପୋଷ୍ଟ କରିଥିଲେ। କର୍ତାରପୁର କରିଡର ସାମ୍ନାରେ ଛିଡା ହୋଇ ସେଲଫି ଉଠାଇଥିଲେ ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି। ହାତରେ ପାକିସ୍ତାନ ଟଙ୍କା ଓ ପାସପୋର୍ଟ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।
ଏପରିକି ଜ୍ୟୋତିଙ୍କ ସହ ପ୍ରିୟଙ୍କା ପହଲଗାମ ଯାଇଥିଲେ ଓ ଜ୍ୟୋତି ମଧ୍ୟ ପୁରୀ ଆସି ପ୍ରିୟଙ୍କାଙ୍କ ସହ ଏକାଠି ରହିଥିଲେ। ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଏହିସବୁ ଫଟୋ ପ୍ରିୟଙ୍କାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି । ଏସବୁ ଭିତରେ ଜ୍ୟୋତିଙ୍କ ଗୁଇନ୍ଦାଗିରିରି ଗୁମର ଯେତିକି ଫିଟୁଛି, ପ୍ରିୟଙ୍କାଙ୍କ ଉପରେ ସଙ୍କଟ ସେତିକି ଘନଉଛି ।