ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ସତ ମାନିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା ।

ହିସାର ପୋଲିସ ଯାହା ସବୁ ପଚାରିଥିଲେ ଗୋଟେ ଗୋଟେ କରି କହିଦେଲେ ଜ୍ୟୋତି। କୋଉଠୁ କୋଉଠୁ ତଥ୍ୟ ନେଇ ଦେଇଥିଲେ ଆଊ ତାଙ୍କ ପାଖରୁ କେତେ ଟଙ୍କା ଆଣିଥିଲେ। କେତେ ବାଟ ଯାଏଁ ଚେର ଲମ୍ବିଛି। ପ୍ରାରମ୍ଭିକ ତଦନ୍ତରେ ସବୁ ସତ ମାନିଛନ୍ତି ଜ୍ୟୋତି ମଲହୋତ୍ରା

। ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଥିବା କଥା ପ୍ରାରମ୍ଭିକ ଜେରା ବେଳେ ସ୍ୱୀକାର କରିଛନ୍ତି ଜ୍ୟୋତି । କେବଳ ସେତିକି ନୁହେଁ ଦେଶ ସୁରକ୍ଷା ନେଇ ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି ଜ୍ୟୋତି । ସେ ପାକିସ୍ତାନ ଯିବାଠାରୁ ଆରମ୍ଭ କରି ସେଠାରେ ଗୁଇନ୍ଦା ଅଧିକାରୀଙ୍କ ସମ୍ପର୍କରେ କେମିତି ଆସିଲେ ଓ କେଉଁଭଳି ଭାବେ ସବୁ ଗୁପ୍ତ ତଥ୍ୟ ସେ ସେୟାର କରୁଥିଲେ ସେ କଥା ସ୍ୱୀକାର କରିଛନ୍ତି ଜ୍ୟୋତି ମଲହୋତ୍ରା ।

ସେପଟେ ଫରେନ୍ସିକ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚବେଳେ ଜଣାପଡିଛି । ସାଇରନ୍ ବାଜିବାଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକ୍‌ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ଷଡ୍‌ଯନ୍ତ୍ର ଧରାପଡୁଛି

Leave a Reply

Your email address will not be published. Required fields are marked *