ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

କୌଣସି ମୁହୂର୍ତ୍ତରେ ଲବ ହାଁସଦା ଙ୍କୁ ବାନ୍ଧିବ ପୋଲିସ

କୌଣସି ମୁହୂର୍ତ୍ତରେ ଲବ ହାଁସଦାଙ୍କୁ ବାନ୍ଧିବ ପୋଲିସ
ପ୍ରେମିକାର ମୃତ୍ୟୁକୁ ରହିଛି ସସପେନ୍ସ
ପ୍ରେମିକାଙ୍କୁ ହତ୍ୟା ସାଙ୍ଗକୁ ଏକାଧିକ ସଙ୍ଗିନ ଅଭିଯୋଗ ଆସିଛି ସାମ୍ନାକୁ
ତେବେ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରେମୀକାର ଭାଇ।

ହଁ ଆଜ୍ଞା ବିବାଦ ଘେରରେ ୟୁଟ୍ୟୁବର ଲବ ହାଂସଦା । ବେଙ୍ଗାଲୁରୁର ଏଚ ଏସ ଆର ଲେ ଆଉଟ ପୋଲିସ ଥାନାରେ ଲବଙ୍କ ବିରୋଧରେ ଏତଲା ହୋଇଛି । ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ । ଆତ୍ମହତ୍ୟା ପରେ ଆସିଲା ସଙ୍ଗୀନ ଅଭିଯୋଗ । ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ।

ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ପ୍ରେମିକା ସୋଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର‌୍ୟାତନା ଦେଇଆସୁଥିଲା ଲବ ।

ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଈ କହିଛନ୍ତି । ତେବେ ଏ ଅଭିଯୋଗ କେତେଦୂର ସତ ତାହା ତଦନ୍ତ ପରେ ଜଣା ପଡିବ ।
K ଲବ ଓ ସୋଲମୀ ପରସ୍ପରକୁ କିଛି ଦିନ ହେବ ଡେଟ୍ କରୁଥିଲେ । ଏକାଧିକ ଫଟୋ ଓ ଭିଡିଓ ମଧ୍ୟ ଉଭୟେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏକାଠି ଖିଆ, ପିଆ ବୁଲାବୁଲି ମଧ୍ୟ କରୁଥିବା କୁହାଯାଉଛି ।

ଅନେକ ପଡକାଷ୍ଟରେ ଲବ ସୋଲମୀଙ୍କ ବିୟେରେ ମଧ୍ୟ ଖୋଲାଖୋଲି ଭାବେ କହିଥିବା ଦେଖିବାକୁ ମିଳିଛି । ତେବେ ଲବଙ୍କ ନାଁରେ ଏତଲା ପରେ ବେଙ୍ଗାଲୁରୁ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ଛାନଭିନ୍ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *