ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !
ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ଚିକିତ୍ସା କ୍ଷେତ୍ରରେ ଚରମ ଅବହେଳାର ଶିକାର ହୋଇ ଜଣେ ଯବାନଙ୍କ ପତ୍ନୀ ଲିପି ଗଣ୍ଡ ଆଖିବୁଜିଛନ୍ତି।

ଏକ ଅତ୍ୟନ୍ତ ଦୁଃଖଦ

ହୃଦୟବିଦାରକ ଘଟଣା ର ପୁନରାବୃତ୍ତି

ଚିକିତ୍ସା କ୍ଷେତ୍ରରେ ଚରମ ଅବହେଳାର ଶିକାର ହୋଇ ଜଣେ ଯବାନଙ୍କ ପତ୍ନୀ ଲିପି ଗଣ୍ଡ ଆଖିବୁଜିଛନ୍ତି।

ଏହି ଘଟଣା କେବଳ ଏକ ପରିବାର ପାଇଁ ଦୁଃଖ ଆଣିନାହିଁ, ବରଂ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର କରୁଣ ଚିତ୍ର

ଦେଶ ପାଇଁ ଜୀବନକୁ ବାଜି ଲଗାଉଥିବା ଯବାନଙ୍କ ପରିବାର ପ୍ରତି ସମାଜ ଓ ସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି।

ଦୀର୍ଘ ୧୩ ଦିନ ଧରି ଲିପି ଗଣ୍ଡ ଚିକିତ୍ସା ପାଇଁ ସଂଘର୍ଷ କରୁଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ଯେଉଁଭଳି ଭାବେ ଅବହେଳା କରାଗଲା, ତାହା ବର୍ଣ୍ଣନା କରିବା କଷ୍ଟକର। ଜୀବନ ସହ ଲଢ଼େଇ କରୁଥିବା ଜଣେ ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ବିଫଳତା କେବଳ ଡାକ୍ତରୀ ଅବହେଳା ନୁହେଁ, ଏହା ମାନବିକତାର ମଧ୍ୟ ଅପମାନ। ଶେଷ ଦୁଇ ଦିନରେ, ଯେତେବେଳେ ବିଭିନ୍ନ ମହଲରୁ ଚାପ ସୃଷ୍ଟି ହେଲା, ସେତେବେଳେ ଯାଇ ପ୍ରଶାସନ ଓ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲା। କିଛିଟା ଭଲ ଚିକିତ୍ସାର ବ୍ୟବସ୍ଥା କରାଗଲା ସତ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଯେମିତି କହନ୍ତି, “ନେଡ଼ିଗୁଡ଼ କହୁଣୀକୁ ବହି ସାରିଥିଲା”। ମୂଲ୍ୟବାନ ଜୀବନଟିଏ ଚାଲିଗଲା, ଯାହାକୁ ହୁଏତ ସମୟୋଚିତ ଚିକିତ୍ସା ଦ୍ୱାରା ବଞ୍ଚାଯାଇ ପାରିଥାନ୍ତା।

ଏହି ଦୁଃଖଦ ସମୟରେ, ତାଙ୍କ ସ୍ୱାମୀ, ଯବାନ ଦେବରାଜ ଗଣ୍ଡ, ଘରଠାରୁ ହଜାର ହଜାର କିଲୋମିଟର ଦୂରରେ, ସୁଦୂର ଅରୁଣାଚଳ ପ୍ରଦେଶର ବରଫାବୃତ୍ତ ସୀମାନ୍ତରେ ଦେଶ ମାତୃକାର ସୁରକ୍ଷା ପାଇଁ କର୍ତ୍ତବ୍ୟରତ। ପତ୍ନୀଙ୍କ ମୃତ୍ୟୁର ଖବର ତାଙ୍କ ପାଇଁ ବଜ୍ରପାତ ସଦୃଶ। ଏବେ ସେ ନିଜର ଦୁଃଖକୁ ଚାପି ରଖି, ନିୟମ ଅନୁଯାୟୀ, ପ୍ରଥମେ ନିଜ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପହଞ୍ଚିବେ। ସେଠାରେ ସମସ୍ତ ଆବେଗକୁ ଭୁଲି, କର୍ତ୍ତବ୍ୟର ଅଂଶ ସ୍ୱରୂପ ଏକ ଲମ୍ବା ଚଉଡ଼ା ସାଲ୍ୟୁଟ୍ ଦେଇ, ନିଜର ବ୍ୟକ୍ତିଗତ ଦୁଃଖ ଜଣାଇ ଛୁଟି ପାଇଁ ଆବେଦନ କରିବେ।

ଯଦି ଭାଗ୍ୟକୁ ଛୁଟି ମଞ୍ଜୁର ହୁଏ, ତେବେ ତାଙ୍କ ସାମ୍ନାରେ ଥିବ ଆଉ ଏକ ବଡ଼ ଆହ୍ୱାନ – ୨୩୦୦ କିଲୋମିଟରର ଦୀର୍ଘ ଏବଂ କଷ୍ଟକର ଯାତ୍ରା। ଦୁର୍ଗମ ପାର୍ବତ୍ୟ ଅଞ୍ଚଳରୁ ସମତଳକୁ ଓହ୍ଲାଇ, ବିଭିନ୍ନ ପରିବହନ ମାଧ୍ୟମରେ ନିଜ ଗାଁରେ ପହଞ୍ଚିବା ବେଳକୁ କେତେ ସମୟ ଲାଗିବ, ତାହା କହିବା ମୁସ୍କିଲ। ଏହା ଏକ ନିଷ୍ଠୁର ବାସ୍ତବତା ଯେ, ଦେଶ ପାଇଁ ନିଜର ସୁଖ, ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଥିବା ଏହି ଯବାନ ଜଣକ ହୁଏତ ତାଙ୍କ ପ୍ରିୟ ପତ୍ନୀଙ୍କ ଶେଷ ଦର୍ଶନ କରିବାର ସୁଯୋଗରୁ ମଧ୍ୟ ବଞ୍ଚିତ ହେବେ। ପତ୍ନୀଙ୍କ ମରଶରୀରକୁ ଶେଷ ବିଦାୟ ଦେବାର ଅଧିକାର ମଧ୍ୟ ତାଙ୍କୁ ମିଳିନପାରେ।

ଏଠାରେ ମନକୁ ଆପେ ଆପେ ପ୍ରଶ୍ନ ଆସେ – ଯଦି ଦେବରାଜ ଗଣ୍ଡ ଜଣେ ସାଧାରଣ ଯବାନ ନ ହୋଇ କୌଣସି ବଡ଼ ରାଜନେତା, ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ହୋଇଥାନ୍ତେ, ତେବେ କ’ଣ ପରିସ୍ଥିତି ସମାନ ରହିଥାନ୍ତା? ନିଶ୍ଚିତ ଭାବରେ ନୁହେଁ। ହୁଏତ ସରକାରୀ ଖର୍ଚ୍ଚରେ ଏକ ରଙ୍ଗୀନ ହେଲିକପ୍ଟର କିମ୍ବା ଚାର୍ଟାର୍ଡ ପ୍ଲେନ୍ ତାଙ୍କ ଘର ପାଖ ପଡ଼ିଆରେ ଅପେକ୍ଷା କରି ରହିଥାନ୍ତା, ଯାହା କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଘରେ ପହଞ୍ଚାଇ ଦେଇଥାନ୍ତା। କିନ୍ତୁ ସେ ଜଣେ ସାଧାରଣ ଯବାନ। ଦେଶ ସୁରକ୍ଷା ହିଁ ତାଙ୍କର ପରିଚୟ। ତାଙ୍କର ବ୍ୟକ୍ତିଗତ ଦୁଃଖ, ତାଙ୍କ ପରିବାରର ଯନ୍ତ୍ରଣା, ତାଙ୍କ ଭାବାବେଗର ମୂଲ୍ୟ ବୋଧହୁଏ ଏ ସରକାର ଓ ପ୍ରଶାସନ ପାଖରେ କିଛି ନାହିଁ। ସୀମାରେ ଶତ୍ରୁ ସହ ଲଢୁଥିବା ଯବାନ, ନିଜ ଘରେ ବ୍ୟବସ୍ଥା ସହ ଲଢି ହାରିଯାଉଛି।

କହିବାକୁ ଗଲେ ବହୁତ କଥା ଅଛି। ଏ ବ୍ୟବସ୍ଥା, ଏ ସମାଜ, ଏ ସରକାରୀ କଳର ନିଷ୍ଠୁରତା ବିଷୟରେ ଅନେକ କିଛି କୁହାଯାଇପାରେ। କିନ୍ତୁ ଯେଉଁମାନେ ଶୁଣିବା କଥା, ସେମାନେ କାନରେ ତୁଳା ଦେଇ ବସିଛନ୍ତି। ବଧିରଙ୍କୁ ଶୁଣାଇବାକୁ ଚେଷ୍ଟା କରି ଲାଭ କ’ଣ? ଏହି ଦୁଃଖଦ ଘଟଣା ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ। ଏହା ଆମକୁ ବାଧ୍ୟ କରୁଛି ଚିନ୍ତା କରିବାକୁ ଯେ ଆମେ କେଉଁ ପ୍ରକାରର ସମାଜରେ ବାସ କରୁଛୁ, ଯେଉଁଠି ଜଣେ ଯବାନର ପତ୍ନୀ ବିନା ଚିକିତ୍ସାରେ ମୃତ୍ୟୁବରଣ କରନ୍ତି ଏବଂ ସେହି ଯବାନ ଜଣକ ନିଜ ପତ୍ନୀଙ୍କୁ ଶେଷ ବିଦାୟ ଦେବାକୁ ମଧ୍ୟ ଆସିପାରନ୍ତି ନାହିଁ।

Leave a Reply

Your email address will not be published. Required fields are marked *