ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି
ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପା

ସାମ୍ନା କୁ ଆସିଛି ଆଜି ଏକ ହୃଦୟ ଥରାଇଦେବା ଘଟଣା । ପୁଅ ଦରକାର ଥିଲା ବୋଲି ଝିଅକୁ ନଦୀକୁ ଫୋପାଡ଼ିଲା ବାପା। ହଁ ଆଜ୍ଞା ଏଭଳି ଘଟଣା ସତରେ ଆପଣଙ୍କ ମନ ଯୁ କ୍ରୋଧିତ କରିଥିବା ନିଶ୍ଚୟ କାରଣ ଆମେ ସବୁବେଳେ ଶୁଣିଛେ ଯେ, ବାପା ମାନେ ଝିଅମାନଙ୍କୁ ଅଧିକ ଭଲ ପାଆନ୍ତି। କିନ୍ତୁ ଏଭଳି ନୃଶଂସ ବାପା ଦୁନିଆରେ ବି ଅଛନ୍ତି ଯାହାକୁ ଶୁଣିଲେ ବିଶ୍ବାସ କରି ହେଉନି। ଆଜି ବି ଝିଅମାନେ ଅଲୋଡ଼ା। ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ। କେମିତି ନିଜ ଜନ୍ମିତ ଛୁଆକୁ ଜଣେ ବାପା ପାଣି ଭିତରକୁ ଫିଙ୍ଗି ଦେଇଛି। ଏଭଳି ରାକ୍ଷସ ପିତା ସମାଜରେ ଆଜି ବି ଅଛନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ପୁଅ ଦରକାର ଥିଲା। କିନ୍ତୁ ପୁଣି ଝିଅଟିଏ ହୋଇଥିଲା। ଝିଅଟି ହେବା ଦିନଠୁ ଭିତରେ ଭିତରେ କୁହୁଳୁଥିଲା ବାପା। ଝିଅ ହେବାରୁ ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଥିଲା। ଆଉ ତା’ ପରେ କିଛି ଘଟିଲା ଏମିତି ଯାହା ସାରା ସମାଜକୁ ସ୍ତବ୍ଧ କରିଛି।ଜୌନପୁରର ଖେରାଖତ ତାଡୱା ଗାଁରେ ଘଟିଛି ଏଭଳି ଘଟଣା । ଅଶୋକ ବିଶ୍ୱକର୍ମାଙ୍କ ପୁଅ ପାଇଁ ଇଚ୍ଛା ଥିଲା ଯାହା ପାଇଁ ସେ ଏକ ଭୟଙ୍କର ଅପରାଧ ଘଟାଇଲେ ଯାହା ଦେଶକୁ ଥରାଇ ଦେଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଅଶୋକ ତାଙ୍କ 18 ମାସର ଝିଅ ଋତବିକୁ ସାଇକେଲରେ ବସାଇ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ସେ ତାଙ୍କୁ ବୁଲେଇବାକୁ ନେଇ ଯାଉଛନ୍ତି। ସେ ପ୍ରାୟ 2 କିଲୋମିଟର ଗୋମତୀ ନଦୀ କୂଳରେ ସାଇକେଲ ଅଟକାଇଥିଲେ ଏହାପରେ ପିଲାଟିକୁ ପାଣିକୁ ଫିଙ୍ଗି ଦେଇଥିଲେ। ଦୂରରୁ ଜଣେ ଡଙ୍ଗା ଚାଳକ ଦେଖୁଥିଲେ ଯେ ଜଣେ ବ୍ୟକ୍ତି ଛୁଆଟିକୁ ନଦୀକୁ ଫୋପାଡ଼ି ଦେଲେ। ତା’ ପରେ ସଙ୍ଗେ ସଙ୍ଗେ ଡଙ୍ଗା ଚାଳକ ଜଣକ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଛୁଆଟିକୁ ଉଦ୍ଧାର କରିବାପାଇଁ ଶତଚେଷ୍ଟା ମଧ୍ୟ କରିଥିଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ। ନଦୀର ପ୍ରବଳ ସ୍ରୋତ ତାଙ୍କୁ ଭସାଇ ନେଇଗଲା। ଛୁଆଟି ପାଖରେ ଡଙ୍ଗାଚାଳକ ଜଣକ ଆଉ ପହଞ୍ଚି ପାରିଲେ ନାହିଁ। କିନ୍ତୁ ଅଶୋକ ଏକା ଘରକୁ ଫେରି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ ଝିଅ ମୋ ହାତରୁ ନଦୀକୁ ଖସିପଡ଼ିଲା। ମୁଁ ତାକୁ ବଞ୍ଚାଇବାରେ ଅସମର୍ଥ ହେଲି। ଭିଡିଓ ଦେଖିଲାପରେ ଆପଣ ଜାଣିପାରିବେ ଜଣେ ପିତା ହୋଇ ଏତେ ନିଷ୍ଠୁର କେମିତି। ନିଜ ଛୁଆକୁ ଫୋପାଡ଼ିବାପରେ ବି ଟିକେ ପଶ୍ଚାତାପ ଦେଖିବାକୁ ମିଳି ନ ଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ, ଯେଉଁମାନେ ବୁଡ଼ାଳି ଏବଂ ଉଦ୍ଧାରକାରୀ ଦଳକୁ ନେଇ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଛୁଆଟିକୁ ପାଇ ନ ଥିଲେ। ତାଙ୍କ ସ୍ତ୍ରୀ ସ୍ବାମୀ ଅଶୋକଙ୍କ ନାଁରେ ଏକ ମାମଲା ଥାନାରେ ଦାଏର କରିଛନ୍ତି। ସ୍ଵାମୀ ର ପୁଅ ଇଚ୍ଛା ପାଇ ନିରୀହ କୁନି ଝିଅର ଜୀବନ ପଳେଇଲା।

Leave a Reply

Your email address will not be published. Required fields are marked *