ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ବଢ଼ିଲା ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମା

ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମାରେ ବୃଦ୍ଧି କରିଛନ୍ତି।

ଏହି ଅନୁଯାୟୀ, ଭାରତୀୟ ସ୍ବତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣା ଅନଲାଇନ୍ ଆଧାର ଡକ୍ୟୁମେଣ୍ଟ ଅପଡେଟ୍ ସମୟ ସୀମା ଏକ ବର୍ଷ ବଢ଼ାଇ ଦେଇଛନ୍ତି।

ଏହା ଲୋକମାନଙ୍କୁ ସେମାନଙ୍କର ଆଧାରରେ ସଠିକ୍ ସୂଚନା ଅପଡେଟ୍ କରିବାରେ ସାହାଯ୍ୟ କରିବ।

ଯେଉଁମାନେ ବିବାହ, ଠିକଣା ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଚାହୁଛନ୍ତି, ସେମାନେ ଏବେ ଏହି କାମ ମାଗଣାରେ କରିପାରିବେ। ଏହି ମାଗଣା ସେବା କେବଳ ‘ମାଇଁଆଧାର’ ପୋର୍ଟାଲରେ ଉପଲବ୍ଧ, ଯାହା ଫଳରେ ଲୋକମାନେ ସହଜରେ ସେମାନଙ୍କର ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରୁ ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ତେବେ ମାଗଣା ଆଧାର ଡକ୍ୟୁମେଣ୍ଟ ଅପଡେଟ୍ କରିବାର ଶେଷ ତାରିଖ ୨୦୨୫ ଜୁନ୍ ୧୪ରୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ସମୟ ମଧ୍ୟରେ ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରି ଆଧାର କାର୍ଡରେ ଜନସଂଖ୍ୟାଗତ ସୂଚନା ଅପଡେଟ୍ କରିପାରିବେ ଏବଂ ଏଥିପାଇଁ, ଠିକଣା ପ୍ରମାଣ ଏବଂ ପରିଚୟ ପ୍ରମାଣ ସହିତ ଜଡିତ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ୟୁଆଇଡିଏଆଇ ପକ୍ଷରୁ ଏକ୍ସ’ ରେ ଏହି ସୂଚନା ଦେଇଛି।

ପୋଷ୍ଟ ଅନୁଯାୟୀ, ଏହି ମାଗଣା ସେବା ଲକ୍ଷ ଲକ୍ଷ ଆଧାର କାର୍ଡ ଧାରକଙ୍କୁ ଲାଭ ପହଞ୍ଚାଇବା ପାଇଁ ହୋଇଛି। ଏହି ସମୟ ମଧ୍ୟରେ ଏହି ସେବା କେବଳ ‘ମାଇଁଆଧାର’ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ମାଗଣାରେ ଉପଲବ୍ଧ। ନିଜର ପରିଚୟ କିମ୍ବା ଠିକଣା ପ୍ରମାଣିତ କରିବା ପାଇଁ ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍, ରାସନ୍ କାର୍ଡ ଏବଂ ପାସପୋର୍ଟ ଭଳି ଡକ୍ୟୁମେଣ୍ଟଗୁଡ଼ିକୁ ଅପଲୋଡ୍ କରାଯାଇପାରିବ। ଡକ୍ୟୁମେଣ୍ଟ ଗୁଡ଼ିକ ପିଡିଏଫ୍‌, ପିଏନ୍‌ଜି, କିମ୍ବା ଜେପିଇଜି ଫର୍ମାଟରେ ହେବା ଉଚିତ ଏବଂ ସେଗୁଡିକର ଆକାର ୨ ଏମ୍‌ବିରୁ କମ୍ ହେବା ଜରୁରୀ।

Leave a Reply

Your email address will not be published. Required fields are marked *