ମନ୍ଦିର ଭିତରକୁ ମୋବାଇଲ୍ ନେଲେ ପୁଣି ଆନନ୍ଦ ବଜାରରେ ଠିଆ ହେଇ କଥା ହେଉଥିଲେ
କିନ୍ତୁ ସେତିକିବେଳେ ସବୁ କିଛି ଧରପଡ଼ିଯାଇଥିଲ
ହଁ ଆଜ୍ଞା ଏ ଦୃଶ୍ୟକୁ ଟିକେ ଭଲ କରି ଦେଖିନିୟନ୍ତୁ l ଯେତେବେଳେ ଶ୍ରୀମନ୍ଦିର ଉପରେ ଏକ ଭିଡିଓ ତିଆରି କରାଯାଉଥିଲା ସେତେବେଳେ କ୍ୟାମେରା ମ୍ୟାନ ମନ୍ଦିର ଉପରେ ନିଜ କ୍ୟାମେରାରେ ଫୋକସ କରୁଥିଲେ l କିନ୍ତୁ ଯେତେବେଳେ କ୍ୟାମେରା ଲେନ୍ସ ମନ୍ଦିରର ଆନନ୍ଦ ବଜାର ଉପରେ ପଡିଥିଲା ସେତେବେଳେ ଏମିତି କିଛି ଦୃଶ୍ୟ ସାମନାକୁ ଆସିଥିଲା l ଦେଖନ୍ତୁ ଜଣେ ବ୍ୟକ୍ତି କେମିତି ମନ୍ଦିରର ଆନନ୍ଦ ବଜାର ଉପରେ ଠିଆ ହେଇ ମୋବାଇଲରେ କଥା ହେବାରେ ଲାଗିଛନ୍ତି l ଗୋଟିଏ ହାତରେ ଫୋନ୍ ଅଛି ଆଉ ବାବୁ ଜଣକ ସେଇଠି ଠିଆ ହେଇ ଗପିବାରେ ଲାଗିଛନ୍ତି l ତେବେ କିଏ ଏହି ବ୍ୟକ୍ତି, ଏ ବ୍ୟକ୍ତିଙ୍କୁ ଏତେ ସାହସ ଦେଲା କିଏ, ଯିଏକି ମନ୍ଦିର ଭିତରକୁ ଫୋନ୍ ବାରଣ ଥିବା ସତ୍ତ୍ୱେ ବାବୁ ଆମର ବିନା ଭୟରେ ମୋବାଇଲ୍ ନେଇଛନ୍ତି l ଆଉ ସମସ୍ତ ଙ୍କ ଆଗରେ ମୋବାଇଲରେ କହ ସହ କଥା ହେବାରେ ଲାଗିଛନ୍ତି l ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ନାଁ ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡିଛି l ଯାହାଙ୍କ ଘର ଶ୍ରୀମନ୍ଦିର ପାଖ ସାହି ହୋଇଥିବା ବେଳେ ସେ ଆନନ୍ଦ ବଜାରରେ ଏକ ଅବଢ଼ା ଦୋକାନରେ କାମ କରନ୍ତି l କିନ୍ତୁ ଏହି ବାବୁ ଜଣଙ୍କ ସବୁ ଜାଣିଶୁଣି ଯେଉଁ ଭୁଲ କରିଛନ୍ତି ତାକୁ ନେଇ ଏହି ଭିଡିଓ ବର୍ତ୍ତମାନ ସବୁଆଡେ ଯେମିତି ଭାଇରଲ୍ ହେବାରେ ଲାଗିଚି l ତେବେ ଏନେଇ ଭିଡିଓ ଭାଇରଳ ହେବା ପରେ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ସିଂହଦ୍ଵାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା l ଯାହାକୁ ନେଇ ସିଂହଦ୍ଵାର ପୋଲିସ ଅଭିଯୋଗ ଅନୁସାରେ ବ୍ୟକ୍ତିଙ୍କ ମୋବାଇଲ୍ କୁ ଜବତ କରିବା ସହ ରମେଶଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି l ଦେଖିବାକୁ ବାକି ରହିଲା ଜାଣିଶୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ଫୋନରେ କାଠ ହେଉଥିବା ବେଳେ ତାଙ୍କୁ କେଉଁଭଳି ଦଣ୍ଡରେ ଦଣ୍ଡିତ କରାଯାଉଛି l