ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !
ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

କାତି ଛାଡି ହଠାତ୍ ଅଦୃଶ୍ୟ ହୋଇଗଲା…ଝିଅ ପାଲଟିଲା ନାଗ କନ୍ୟା !

ଝିଅ ପାଲଟିଲା ନାଗ କନ୍ୟା ! ରୂପ ବଦଳାଇ ଅଦୃଶ୍ୟ ହୋଇଗଲା । ରବିବାର ସକାଳୁ ସକାଳୁ ଉତ୍ତରପ୍ରଦେଶର ଔରିୟା ଜିଲ୍ଲାର ସିଂହନପୁର ଗାଁରେ ଚହଳ ପଡ଼ିଗଲା। ଝିଅ ପାଲଟି ଯାଇଛି ନାଗ ସାପ। ଗାଁର ରାକେଶ ବାଲ୍ମିକୀ ନାମକ ବ୍ୟକ୍ତିଙ୍କ ବଢ଼ିଲା ଝିଅ ରୀନା ରାତିରେ ଶୋଇଥିଲେ। ସକାଳୁ ଦେଖିଲା ବେଳକୁ ସେ ସାପ ପାଲଟି ଯାଇଛନ୍ତି। ରୀନା ତାଙ୍କ ବିଛଣାରେ ନଥିଲେ। ବିଛଣାରେ କେବଳ ପଡ଼ିରହିଥିଲା ଏକ ବଡ଼ ସାପର କେତୋଟି କାତି।ଏହି ଘଟଣା ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସାମ୍ନାକୁ ଆସିଥିବା ଏହି ଘଟଣାଟି ବି ଥିଲା ସେମିତି ଅଦ୍ଭୁତ।ସମସ୍ତଙ୍କ ଯୁକ୍ତି ଯେ ରାତିରେ ଖଟରେ ଘୋଡ଼େଇ ହୋଇ ଶୋଇଥିବା ଝିଅଟି କେମିତି ସକାଳକୁ ସାପ ପାଲଟିଗଲା। ଯଦି ସାପ ହେଇଗଲା ତେବେ ଗଲାକୁଆଡ଼େ? କେବଳ ବିଛଣାରେ କାତିପଡ଼ିଛି। ଗାଁ ଲୋକେ ପାଖାପାଖି ଖୋଜାଖୋଜି କଲେ। କିନ୍ତୁ ନା ଝିଅକୁ ପାଇଲେ ନା ସାପକୁ ପାଇଲେ। କିଏ କିଏ ଏହା ଅନ୍ଧ ବିଶ୍ୱାସ କହି ଏଡ଼େଇ ଗଲେ। ଅଧିକାଂଶ ଲୋକ କିନ୍ତୁ ପୂଜାର୍ଚ୍ଚନା ପାଇଁ ଯୋଜନା କଲେ।ସକାଳୁ ସକାଳୁ ରୀନାଙ୍କ ବିଛଣାରୁ ମିଳିଥିବା ସାପ କାତିର ଲମ୍ବ ପ୍ରାୟ ୫ ଫୁଟ୍। ଝିଅର ଗହଣା ଓ ଡ୍ରେସ୍‌ ବିଛଣାରେ ପଡ଼ିଥିଲା। ଏହା ଦେଖି ଗାଁ ଲୋକମାନଙ୍କ ଧାରଣା ସ୍ପଷ୍ଟ ହୋଇଗଲା ଯେ, ଝିଅଟି ରାତାରାତି ସାପ ପାଲଟି ଯାଇଛି। ଯେମିତି ହିନ୍ଦୀ ସିନେମାରେ ହୁଏ।ଖବର ପ୍ରସାରିତ ହୋଇଯିବା ପରେ ପାଖାପାଖି ଅଂଚଳରୁ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଲେ। କିଛି ଲୋକ ପୂରା ଘଟଣା ଶୁଣି ଭୟ କଲେ, କିଏ କିଏ ଏହାକୁ ଅଲୌକିକ ପରିବର୍ତ୍ତନ ବୋଲି ଦାବି କଲେ। ଝିଅକୁ ନପାଇ ପରିବାର ଲୋକ ପୁଲିସକୁ ଖବର ଦେଲେ।ଗାଁରେ ପୁଲିସ ପହଞ୍ଚିଲା। ପରିବାର ଲୋକଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କଲା ପୁଲିସ। ଶେଷରେ ନିଷ୍କର୍ଷରେ ପହଞ୍ଚିଲା ଓ ଅସଲ କାହାଣୀ ପଦାକୁ ଆସିଲା। ପୁଲିସ ପଚରାଉଚରା ପରେ,ଏହା କୌଣସି ଅଲୌକିକ ଘଟଣା ନୁହେଁ ବୋଲି ପ୍ରଥମେ ସ୍ପଷ୍ଟ କଲା। ତା’ପରେ ପୂରା ଘଟଣା ବର୍ଣ୍ଣନା କଲା।ରୀନାଙ୍କର ଜଣେ ସ୍ଥାନୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ସେହି ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ। ରୀନାଙ୍କୁ ପରିବାର ଲୋକ ଅନ୍ୟଜାଗାରେ ବିବାହ ଦେବାକୁ ଠିକ୍ କରିଥିଲେ। ବାହାଘର ଚାପରୁ ମୁକୁଳିବା ପାଇଁ ରୀନା ଏକ ନୂଆ ଉପାୟ ପାଞ୍ଚିଥିଲେ। ଦିନରୁ କିଛି ସାପକାତି ଆଣି ଲୁଚାଇ ରଖିଥିଲେ। ରାତିରେ ତାକୁ ନିଜ ଗହଣା ଓ ଡ୍ରେସ୍ ସହିତ ବିଛଣାରେ ଏମିତି ପକାଇ ପ୍ରେମିକ ସହ ଛୁ ମାରିଥିଲେ, ଯାହା ଥିଲା ପୂରା ନାଟକୀୟ ଦୃଶ୍ୟ। ପୁଲିସ ରୀନାର ମୋବାଇଲ ଫୋନ୍ ଟ୍ରାକ୍‌ କରି ତାଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛି।ପ୍ରେମ ପାଇଁ ଆଜିର ଯୁବକଯୁବତୀ କେଉଁ ସ୍ତରକୁ ଯାଇପାରୁଛନ୍ତି ତାହା ଏହି ଘଟଣାରୁ ଅନୁମାନ କରାଯାଇପାରିବ।

Leave a Reply

Your email address will not be published. Required fields are marked *