ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ଗୋଟିଏ ସପ୍ତାହରେ କ୍ରିକେଟ ଫ୍ୟାନ୍ସଙ୍କୁ ଡବଲ ଝଟକା

ଗୋଟିଏ ସପ୍ତାହରେ କ୍ରିକେଟ ଫ୍ୟାନ୍ସଙ୍କୁ ଡବଲ ଝଟକା
ସେବେ ରୋହିତ ଆଉ ଏବେ କିଙ୍ଗ କୋହୋଲି
ଆଉ ଧଳା ଡ୍ରେସରେ ଦିଶିବେନି ଚିକୁ । ଟେଷ୍ଟ କ୍ରିକେଟରୁ ବିଦାୟ ନେଲେ ବିରାଟ କୋହଲି ଓରଫ ଚିକୁ । ଭାରତୀୟ କ୍ରିକେଟ ଜଗତକୁ ଏକ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ କିଙ୍ଗ କୋହଲି ।

ରୋହିତ ଶର୍ମାଙ୍କ ପରେ ବିରାଟ କୋହଲିଙ୍କ ଅବସର ଫ୍ୟାନ୍ସଙ୍କୁ ଖୁବ୍ ବାଧୁଛି
ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିରାଟ ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା ନେଇଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନ ସାରା ମୋ ସହିତ ରଖି ଆଗକୁ ବଢ଼ିବି ।”

ଗତ କିଛିଦିନ ହେଲାଣି ବିରାଟଙ୍କ ଅବସର ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । ବିରାଟ ବିସିସିଆଇ ନିକଟରେ ଟେଷ୍ଟ କ୍ୟାରିଅର ଶେଷ କରିବା ନେଇ ସୂଚନା ମଧ୍ୟ ଦେଇଥିଲେ । କିନ୍ତୁ ବିସିସିଆଇ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜକୁ ଆଖିରେ ରଖି ତାଙ୍କୁ ଅବସର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ କହିଥିଲା । ତେବେ ମାନସିକ ଭାବେ ନିଜକୁ ଅବସର ପାଇଁ ପ୍ରସ୍ତୁତ କରି ସାରିଥିବା ବିରାଟ ଆଉ ନିଷ୍ପତ୍ତିରୁ ଓହରିବାକୁ ରାଜି ନାହାନ୍ତି ।

ପୂର୍ବରୁ ବିରାଟ କୋହଲି ଟି୨୦ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏହାପରେ ଟେଷ୍ଟରୁ ସନ୍ନ୍ୟାସ ନେବା ପରେ ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳିବେ । କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୬.୮୫ ହାରରେ ମୋଟ୍ ୯ ହଜାର ୨୩୦ ରନ୍ ସ୍କୋର କରିଛନ୍ତି । ଏଥିରେ ରହିଛି ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ।

Leave a Reply

Your email address will not be published. Required fields are marked *