ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ୟୁଟ୍ୟୁବର ହତ୍ୟା, ସାଙ୍ଗ ମୁହଁରେ କଳା ରାତିର କାହାଣୀ

ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା ଘଟଣା। କଳା ରାତିର କାହାଣୀ ବଖାଣିଲେ ରାହୁଲଙ୍କ ୩ ସାଙ୍ଗ। ଶିବା, ବବୁଲୁ ଓ ସଚୀନ ଘଟଣା ହତ୍ୟାକାଣ୍ଡ ପଛର କାରଣ କହିଛନ୍ତି। କେମିତି ଯୁକ୍ତିତର୍କ ହେଲା, କେମିତ ଯୁକ୍ତିତର୍କ ଗଣ୍ଡଗୋଳର ରୂପ ନେଲା ଓ ତାପରେ ମେତିକି ଅଭିଯୁକ୍ତ ରାହୁଲଙ୍କୁ ଛୁରୀ ଭୁସି ହତ୍ୟା କଲେ ଗୋଟି ଗୋଟି କରି ବଖାଣିଛନ୍ତି। ଫେବ୍ରୁଆରୀ ୨୮ ତାରିଖ ରାତିରେ ଜିଜିପି କଲୋନୀ ହାଇସ୍କୁଲ ପଡିଆ ଭିତରେ ରାହୁଲ ଏବଂ ତାଙ୍କ ୩ ସାଙ୍ଗ ବସି ଖଟି କରୁଥିଲେ। ଆଉ କିଛି ଦୂରରେ ଆଉ ୩ ଜଣ ବସି ନିଶା ସେବନ କରୁଥିଲେ। ଏହି ସମୟରେ ରାହୁଲଙ୍କ ସାଙ୍ଗ ଫୋନରେ କଥା ହୋଇ କାହାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା। ଆଉ ହଠାତ୍ ଆର ଗୋଷ୍ଠୀର ଜଣେ ଯୁବକ ରାହୁଲଙ୍କୁ ଛୁରୀ ଭୁଶି ଦେଇଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ ରାହୁଲ ମହାରଣାଙ୍କ ସାଙ୍ଗ ଶିବା ଉପରେ ପରିବାର ଲୋକଙ୍କ ସନ୍ଦେହ। ଏହା ଯୋଜନାବଦ୍ଧ ହତ୍ୟା ବୋଲି ମୃତ ରାହୁଲଙ୍କ ସ୍ତ୍ରୀ ତୃଷ୍ଣା କହିଛନ୍ତି। ହତ୍ୟା ଘଟଣା ଦିନ ରାହୁଲଙ୍କ ସହ ଥିଲା ଶିବା । ପୂର୍ବରୁ ରାହୁଲଙ୍କୁ ଫୋନ ଯୋଗେ ବାରମ୍ବାର ଧମକ ଦିଆଯାଉଥିଲା ବୋଲି ତୃଷ୍ଣା କହିଛନ୍ତି । ଜଣେ ବିହାରୀ ମହିଳାଙ୍କ ଠାରୁ ମଧ୍ୟ ଧମକ ମିଳିଥିଲା । ଗାଡ଼ି ପାର୍କିଂକୁ ନେଇ ଜଣେ ବ୍ୟବସାୟୀଙ୍କ ସହ ପୂର୍ବରୁ ଶତ୍ରୁତା ଥିଲା । ଘଟଣାସ୍ଥଳରେ ଅନ୍ୟ ସାଙ୍ଗମାନେ ଥିବା ସତ୍ତ୍ୱେ କେବଳ ରାହୁଲଙ୍କୁ ଟାର୍ଗେଟ କରାଯାଇଥିବାରୁ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରିଛନ୍ତି। ପୋଲିସ ହତ୍ୟା ମାମଲାରେ ଜଣେ ସେନା ଯବାନ ଓ ତାଙ୍କର ଦୁଇ ପୁତୁରାଙ୍କୁ ଗିରଫ କରିଛି । ହଠାତ ଉତ୍ତେଜନାରୁ ବଚସା ପରେ ରାହୁଲଙ୍କ ମର୍ଡର କରାଯାଇଥିବା ପୋଲିସ କହିଥିବା ବେଳେ ପରିବାର ଲୋକ କିନ୍ତୁ ଏହାକୁ ଗ୍ରହଣ କରିପାରୁନାହାନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ ବି ବଢୁଛି ସଂଦେହ।

Leave a Reply

Your email address will not be published. Required fields are marked *