ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ପିଆଜ ଆମ ପାଇଁ ଅତି ଆବଶ୍ୟକ

ପିଆଜ ର ଏମିତି ଭାଉ ଅଛି ତ ବିନା ଆମ ମନ ପସନ୍ଦର ତରକାରୀ ହେଇପାରିବ ନାହିଁ। ଯେତେବେଳେ ଆମେ ପିଆଜ ଖାଇବା ପାଇଁ ଆଣିଥାନ୍ତି ତାର ଚୋପକୁ କାଢି ଫୋପାଡ଼ି ଦିଅନ୍ତି। କିନ୍ତୁ ଆପଣ ଡଷ୍ଟବିନରେ ଫୋପାଡ଼ୁଥିବା ପିଆଜ ଚୋପା ଉପକାରିତା ବିଷୟରେ ଜାଣିନଥିବେ । ସେଥିପାଇଁtତା ଆମେ ଫୋପାଡ଼ି ଦେଉଚ୍ସହନ୍ତି। ତେବେ ଆସନ୍ତୁ ଜାଣିବା ପିଆଜ ଚୋପାରେ ଲୁଚିରହିଥିବା ଉପକାରୀତା ବିଷୟରେ ।

ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ । ଏହାପରେ ଆପଣଙ୍କ ପାଟିକୁ ଭଲ ଲାଗିନପାରେ, କିନ୍ତୁ ଆପଣ ଚାହିଁଲେ ଏଥିରେ ଚିନି କିମ୍ବା ମହୁ ସହ ମିଶାଇ ନେଇ ପାରିବେ । ଏଥି ସହ ଏହା କୋଲେଷ୍ଟ୍ରେଲ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ ।

ଚର୍ମ ସଂକ୍ରମଣ ପାଇଁ ବହୁ ଲାଭକାରୀ ପିଆଜ ଚୋପା । ଏଥିପାଇଁ ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହି ପାଣିରେ ଗାଧାନ୍ତୁ । ଏପରି ନିୟମିତ କଲେ ସଂକ୍ରମଣରୁ ଶୀଘ୍ର ମୁକ୍ତି ମିଳିବ ।

ଏଥି ସହ ମହିଳା ମାନେ କେଶକୁ ସୁନ୍ଦର ରଖିବା ସହ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ । ପରେ ଧିରେଧିରେ ଏହାର ପାର୍ଥକ୍ୟ ଆପଣ ନିଜେ ଜାଣିପାରିବେ ।

ବହୁ ପୁରୁଷ ଓ ମହିଳାଙ୍କ ମୁହଁରେ ବିଭିନ୍ନ ଦାଗ ଥାଏ । ନିୟମିତ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଦାଗହୀନ ଚେହେରା ପାଇଁ ଆପଣ ବହୁତ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ ନିଶ୍ଚୟ । କିନ୍ତୁ ପ୍ରାକୃତିକ ଭାବେ ହଳଦି ସହ ମିଶାଇ ପିଆଜ ଚୋପାକୁ ବ୍ୟବହାର କରିନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହା ଦ୍ୱାରା ମୁହଁର ସମସ୍ତ ଦାଗ ଦୂର ହୋଇଥାଏ ।

ପିଆଜର ଚୋପାକୁ ପାଣିରେ ପକାଇ ୮ ଘଣ୍ଟା ରଖି ଦିଅନ୍ତୁ । ଏହାପରେ ଏହାକୁ ସେବନ କରନ୍ତୁ । ଦେଖିବେ ଗଳା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଜାଣିରଖନ୍ତୁ ଯେ, ପିଆଜ ଚୋପା ବହୁ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
ବହୁ ସମୟରେ ଥଣ୍ଡା ଜନିତ ସମସ୍ୟା କାରଣରୁ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ସେହି ସମୟରେ ପିଆଜର ଚୋପାକୁ ପାଣିରେ ଫୁଟାଇ ଏହାକୁ ସାମାନ୍ୟ ଥଣ୍ଡା କରନ୍ତୁ । ଏହାପରେ ସେହି ପାଣିକୁ କୁଳୁକୁଳୁ କରନ୍ତୁ । ଏପରି ଦିନକୁ ୨ଥର କରିବା ଦ୍ୱାରା ଗଳା ଯନ୍ତ୍ରଣା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *