ନିଜ ଦେଶବାସୀଙ୍କୁ ଖାଇବାକୁ ଦେଇପରୁନି ପାକିସ୍ଥାନ ସରକାର। ଭୋକରେ ଆଉଟୁ ପାଉତୁ ହେଉଛନ୍ତି ଲୋକ। ଭୋକ ଦୁର୍ଦ୍ଦଶାରେ ପାକିସ୍ତାନ। ନିଜ ଦେଶକୁ ଚଳାଇବାକୁ ପାକିସ୍ତାନ ଆଇଏମଏଫ ଓ ଅନ୍ୟ ଦେଶମାନଙ୍କ ନିକଟରେ ହାତ ପତାଉଛି । ସବୁଠାରୁ ବଡ଼କଥା ହେଉଛି ଏବେ ନିଜ ଦେଶର ଲୋକଙ୍କ ପେଟ ଭରିବାକୁ ପାକିସ୍ତାନ ସରକାରଙ୍କ ପାଖରେ ଟଙ୍କା ନାହିଁ । ହେଲେ ଭାରତ ଭଳି ଏକ ବିକଶିତ ରାଷ୍ଟ୍ର ସହ ଯୁଦ୍ଧ କରିବାକୁ ଆଗଭର ହେଉଛି ପାକିସ୍ତାନ ।
ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସମ୍ଭାବନା ଭିତରେ ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ପାକିସ୍ତାନର ସଦ୍ୟ ସ୍ଥିତିକୁ ଉଜାଗର କରିଛି । ରିପୋର୍ଟ ମୁତାବକ ପାକିସ୍ତାନରେ ବୃଦ୍ଧି ପାଉଥିବା ଗରିବଙ୍କ ସଂଖ୍ୟା ପାଇଁ ନିଜ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଜିଏସଟି ହିଁ ପ୍ରମୁଖ କାରଣ ବୋଲି କୁହାଯାଇଛି ।
ବିଶ୍ୱବ୍ୟାଙ୍କର ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନର ଜିଏସଟି ପେମେଣ୍ଟ ପ୍ରି ଟେକ୍ସେସ୍ ଏକ୍ସପେଣ୍ଡିଚେର ଠାରୁ ୭ ଗୁଣା ଅଧିକ । ଏହି କାରଣରୁ ପାକିସ୍ତାନରେ ଗରିବ ଓ ପଛୁଆବର୍ଗର ଲୋକଙ୍କ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ।