ଆସିଯାଇଛି ବର୍ଷା ଦିନ। ବର୍ଷା ଦିନେ ଅନେକ ଫଳ ହୋଇଥାଏ। ସେଥି ମଧ୍ୟରୁ ଅନ୍ୟତମ ଜାମୁକୋଳି । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ବାରା ଅନେକ ଫାଇଦା ମଧ୍ୟ ମିଳିଥାଏ । ଏହା ଦେହ ପାଇଁ ବହୁତ ହିତକର ହୋଇଥାଏ । ଏଥି ସହ ଜାମୁ କୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଆପଣମାନେ ଜାଣିରଖନ୍ତୁ ଯେ, ଜାମୁକୋଳିର ରସ ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇନଥାଏ । ଡାଇରିଆ ରୋଗରୁ ଉପସମ ମଧ୍ୟ ମିଳିଥାଏ ।
ଜାମୁ କୋଳି ଖାଇବା ଦ୍ବାରା ହଜମ କରିବା ଶକ୍ତି ବଢିଥାଏ । ପେଟ ଜନିତ ସମସ୍ତ ରୋଗ ଭଲ ହୋଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ହିତକରକ । ଏଥି ସହ ଏହି କୋଳିର ମଞ୍ଜୀକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ବାରା ଶରୀରର ସୁଗାର୍ କମିଥାଏ ।
ଫଳରେ ଥାଏ ବହୁ ରୋଗର ନିରାକରଣର ବାଟ । ଆଜିକଲି ଆଧୁନିକ ଯୁଗରେ ପିଜା, ବରଗର ଖାଉଥିବାବେଳେ ଆମେ ଆମ ଦେହକୁ ହିତଥିବା ଫଳକୁ ଅଣଦେଖା କରିଦେଉଛେ । ସେହିପରି ଜାମୁକୋଳି ଏମିତି ଫଳ, ଏହାକୁ ଖାଇବା ଦ୍ବାରା ବହୁ ରେଗରୁ ମିଳିଥାଏ ମୁକ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଜାମୁକୋଳି ଏକ ପୁଷ୍ଟିକର ଫଳ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍, କ୍ୟାଲସିୟମ୍ ଭରପୂର ଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ଅନ୍ୟାନ୍ୟ ପୋଷକ ତତ୍ବ ମଧ୍ୟ ରହିଥାଏ । ଯେପରିକି ଫାଇବର, ଫୋଲିକ୍ ଏସିଡ୍, ଫ୍ୟାଟ୍, ପ୍ରୋଟିନ୍, ସୋଡିୟମ୍, ରାଇବୋଫ୍ଲାଭିନ, ଥିଏମାଇନ୍, କାରୋଟିନ୍ ଇତ୍ୟାଦି ।
ରକ୍ତକୁ ଶୁଦ୍ଧ କରେ : ଜାମୁର ଡାଳ ଏକ ରକ୍ତ ବିଶୁଦ୍ଧକାରକ ରୂପେ କାମ କରେ । ଏହା ସହ ଏଥିରେ ଥିବା ଲୌହ ଆପଣଙ୍କ ରକ୍ତରେ ଥିବା ଲୌହର ଅଭାବକୁ ପୂରଣ କରେ ।
ଆଖି ପାଇଁ ଏହାର ଉପକାରିତା : ଯଦି ଆପଣଙ୍କୁ ଆଖିଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରରେ କାଢା ତିଆରି କରି ସେଇ ପାଣିରେ ଆଖିକୁ ଧୁଅନ୍ତୁ । ଏହା ଦ୍ୱରା ଆପଣଙ୍କର ଆଖି ସମସ୍ୟା ଦୂର ହୋଇଥାଏ । କାଢା ବନାଇବା ପାଇଁ ୧୫ ରୁ ୨୦ ଟି ଜାମୁ ପତ୍ର ୪୦୦ ମିଲିଲିଟର ପାଣିରେ ପକେଇ ଫୁଟେଇ ଦିଅନ୍ତୁ । ଏହା ପରେ ଏହି ପାଣିକୁ ଥଣ୍ଡା କରି ଆଖିକୁ ଧୁଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଆଖିଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ ।
ପେଟରେ ହୋଇଥିବା ଷ୍ଟୋନ ପାଇଁ ଜାମୁର ଉପକାରିତା : ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ପତ୍ରରୁ ମଧ୍ୟ ଆପଣ ଲାଭବାନ ହୋଇପାରିବେ ।
ମଧୁମେହ ପାଇଁ ଜାମୁର ଉପକାରିତା : ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁକୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ । ଏହିପରି ଶରୀରରେ ଅନେକ ପ୍ରକାରର ସମସ୍ୟାକୁ ବହୁତ ସହଜରେ ଦୂର କରିଥାଏ ଜାମୁକୋଳି ।