ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ
ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ହିତକରକ

ଆସିଯାଇଛି ବର୍ଷା ଦିନ। ବର୍ଷା ଦିନେ ଅନେକ ଫଳ ହୋଇଥାଏ। ସେଥି ମଧ୍ୟରୁ ଅନ୍ୟତମ ଜାମୁକୋଳି । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ବାରା ଅନେକ ଫାଇଦା ମଧ୍ୟ ମିଳିଥାଏ । ଏହା ଦେହ ପାଇଁ ବହୁତ ହିତକର ହୋଇଥାଏ । ଏଥି ସହ ଜାମୁ କୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଆପଣମାନେ ଜାଣିରଖନ୍ତୁ ଯେ, ଜାମୁକୋଳିର ରସ ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇନଥାଏ । ଡାଇରିଆ ରୋଗରୁ ଉପସମ ମଧ୍ୟ ମିଳିଥାଏ ।


ଜାମୁ କୋଳି ଖାଇବା ଦ୍ବାରା ହଜମ କରିବା ଶକ୍ତି ବଢିଥାଏ । ପେଟ ଜନିତ ସମସ୍ତ ରୋଗ ଭଲ ହୋଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ହିତକରକ । ଏଥି ସହ ଏହି କୋଳିର ମଞ୍ଜୀକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ବାରା ଶରୀରର ସୁଗାର୍ କମିଥାଏ ।
ଫଳରେ ଥାଏ ବହୁ ରୋଗର ନିରାକରଣର ବାଟ । ଆଜିକଲି ଆଧୁନିକ ଯୁଗରେ ପିଜା, ବରଗର ଖାଉଥିବାବେଳେ ଆମେ ଆମ ଦେହକୁ ହିତଥିବା ଫଳକୁ ଅଣଦେଖା କରିଦେଉଛେ । ସେହିପରି ଜାମୁକୋଳି ଏମିତି ଫଳ, ଏହାକୁ ଖାଇବା ଦ୍ବାରା ବହୁ ରେଗରୁ ମିଳିଥାଏ ମୁକ୍ତି ।


ଏଥି ସହ ଜାଣିରଖନ୍ତୁ ଯେ, ଜାମୁକୋଳି ଏକ ପୁଷ୍ଟିକର ଫଳ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍, କ୍ୟାଲସିୟମ୍ ଭରପୂର ଥାଏ । ଏଥିରେ ଶରୀର ପାଇଁ ଆବଶ୍ୟକ ଅନ୍ୟାନ୍ୟ ପୋଷକ ତତ୍ବ ମଧ୍ୟ ରହିଥାଏ । ଯେପରିକି ଫାଇବର, ଫୋଲିକ୍ ଏସିଡ୍, ଫ୍ୟାଟ୍, ପ୍ରୋଟିନ୍, ସୋଡିୟମ୍, ରାଇବୋଫ୍ଲାଭିନ, ଥିଏମାଇନ୍, କାରୋଟିନ୍ ଇତ୍ୟାଦି ।

ରକ୍ତକୁ ଶୁଦ୍ଧ କରେ : ଜାମୁର ଡାଳ ଏକ ରକ୍ତ ବିଶୁଦ୍ଧକାରକ ରୂପେ କାମ କରେ । ଏହା ସହ ଏଥିରେ ଥିବା ଲୌହ ଆପଣଙ୍କ ରକ୍ତରେ ଥିବା ଲୌହର ଅଭାବକୁ ପୂରଣ କରେ ।
ଆଖି ପାଇଁ ଏହାର ଉପକାରିତା : ଯଦି ଆପଣଙ୍କୁ ଆଖିଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରରେ କାଢା ତିଆରି କରି ସେଇ ପାଣିରେ ଆଖିକୁ ଧୁଅନ୍ତୁ । ଏହା ଦ୍ୱରା ଆପଣଙ୍କର ଆଖି ସମସ୍ୟା ଦୂର ହୋଇଥାଏ । କାଢା ବନାଇବା ପାଇଁ ୧୫ ରୁ ୨୦ ଟି ଜାମୁ ପତ୍ର ୪୦୦ ମିଲିଲିଟର ପାଣିରେ ପକେଇ ଫୁଟେଇ ଦିଅନ୍ତୁ । ଏହା ପରେ ଏହି ପାଣିକୁ ଥଣ୍ଡା କରି ଆଖିକୁ ଧୁଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଆଖିଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ ।


ପେଟରେ ହୋଇଥିବା ଷ୍ଟୋନ ପାଇଁ ଜାମୁର ଉପକାରିତା : ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ପତ୍ରରୁ ମଧ୍ୟ ଆପଣ ଲାଭବାନ ହୋଇପାରିବେ ।


ମଧୁମେହ ପାଇଁ ଜାମୁର ଉପକାରିତା : ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁକୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ । ଏହିପରି ଶରୀରରେ ଅନେକ ପ୍ରକାରର ସମସ୍ୟାକୁ ବହୁତ ସହଜରେ ଦୂର କରିଥାଏ ଜାମୁକୋଳି ।

Leave a Reply

Your email address will not be published. Required fields are marked *