ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍

ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଓ ଗେଜେଟ୍ ନୋଟିଫିକେସନ ପରେ ଏହା ଆଇନରେ ପରିଣତ ହୋଇଛି। ଆଗରୁ ସଂସଦର ଉଭୟ ଗୃହରେ ଏହା ଗୃହୀତ ହୋଇଥିଲା । ଆଇନ ହେବା ପରେ ଡ୍ରିମ 11, ଗେମସ 24X7 ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବ।

ମିଡିଆର କୌଣସି ପ୍ଲାଟଫର୍ମରେ ଅନଲାଇନ ଗେମିଂର ବିଜ୍ଞାପନ ଓ ପ୍ରମୋସନ କରାଯାଇପାରିବ ନାହିଁ। ଟଙ୍କା କାରବାର କ୍ଷେତ୍ରରେ ବ୍ୟାଙ୍କ ଓ ପେମେଣ୍ଟ ସିଷ୍ଟମ ଜରିଆରେ ଅର୍ଥ ନେଣଦେଣ ନିଷିଦ୍ଧ କରାଯାଇଛି। ଆଇଟି ଆଇନ ୨୦୦୦ ଅନୁସାରେ ଅନଲାଇନ ଗେମଗୁଡ଼ିକୁ ବ୍ଲକ କରାଯିବ। ଆଇନ ଅନୁସାରେ ଅନଲାଇନ ଗେମିଂ ଅଥରିଟି ଗଠନ କରାଯିବ। ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଂଘନ ହେଲେ ୩ ବର୍ଷ ଜେଲଦଣ୍ଡ କିମ୍ବା ୧କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ଅନଲାଇନ ଗେମର ବିଜ୍ଞାପନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଯଦି କୌଣସି ଆର୍ଥିକ କାରବାର ହୁଏ ତେବେ ୩ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଦଣ୍ଡ ପରେ ଯଦି ପୁନର୍ବାର ଅପରାଧ ଘଟାଯାଏ ତେବେ ୩ରୁ ୫ ବର୍ଷ ଜେଲଦଣ୍ଡ ଓ ୨ କୋଟି ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *