ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ବାହା ହେଉଥିଲା ପ୍ରେମିକା, ଗୁଳି କରିଦେଲା ପ୍ରେମିକ

ସହିପାରିଲେନି, ବରଣମାଳା ସମୟରେ କନ୍ୟାକୁ ଗୁଳିମାଡ଼ କଲେ ପ୍ରେମିକ ।ତୁ ମୋର ନୁହେଁ ତ ତତେ ଆଉ କାହାର ହେବାକୁ ଦେବିନି । ମୋତେ ଯଦି ମୋ ହାତରୁ ସିନ୍ଦୂର ପିନ୍ଧିଲୁନି ତାହେଲେ ରକ୍ତରେ ଭିଜେ । ସିଧା ଷ୍ଟେଜକୁ ଚଢ଼ିଲେ ଆଉ କନ୍ୟାକୁ ଗୁଳିକଲେ ପୂର୍ବତନ ପ୍ରେମିକ । ବିହାରର ବକ୍ସର ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ଏକତରଫା ପ୍ରେମର କରୁଣ କାହାଣୀ ଦେଖିବାକୁ ମିଳିଛି । ଗୁଳିବିଦ୍ଧ କନ୍ୟାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଏଥିରେ କନ୍ୟା ଗୁରୁତର ଆହତ ହୋଇଛନ୍ତି । ଏହା ପରେ କନ୍ୟାକୁ ବକ୍ସର ସଦର ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରାଣସୀ ରେଫର କରାଯାଇଥିଲା। ଗୁଳି ଚଳାଇବା ପରେ ପ୍ରେମିକ ସେଠାରୁ ଫେରାର ହୋଇଯାଇଛନ୍ତି । କନ୍ୟାର ପରିଚୟ ଆରତୀ କୁମାରୀ, ପିତା ନନ୍ଦ ଜୀ ମଲ୍ଲାହ ବୋଲି ଜଣାପଡିଛି।
ଉତ୍ତରପ୍ରଦେଶରୁ ବିହାରକୁ ଆସିଥିଲା ବିବାହ ଶୋଭାଯାତ୍ରା । ସମସ୍ତେ ବେଶ ହସଖୁସିର ସହ ଭୋଜିଭାତ ଖାଇ ଖୁସି ମନାଉଥିଲେ । ଏହି ସମୟରେ କନ୍ୟାଙ୍କ ପଡୋଶୀ ଘର ଦୀନବନ୍ଧୁ ମୁହଁରେ ଏକ ମାକ୍ସ ପିନ୍ଧି ଷ୍ଟେଜକୁ ଚଢ଼ିଥିଲା । ଆଉ କେହିକିଛି ଭାବିବା ପୂର୍ବରୁ ଦେଶୀ ବନ୍ଧୁକରୁ ଯୁବତୀଙ୍କ ଉପରକୁ ଚଳାଇଥିଲା ଗୁଳି । ଆଉ ଗହଳିରେ ଖସି ପଳାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଦୀନବନ୍ଧୁ ତାଙ୍କ ଝିଅକୁ ଏକତରଫା ପ୍ରେମ କରୁଥିଲା । ବାହାହେବାକୁ ମଧ୍ୟ ଜିଦ ଧରୁଥିଲା । ଅନେକ ସମୟରେ ହଇରାଣ କରୁଥିଲା । ଆଉ ଅଲଗା ଜାଗାରେ ବାହାହେଲେ ମାରିଦେବ ବୋଲି ମଧ୍ୟ ଧମକ ଦେଉଥିଲା । ଆଉ ଏବେ ଝିଅକୁ ଗୁଳି କରି ଫେରାର ହୋଇଯାଇଛି । ସେପଟେ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହା ଏକତରଫା ପ୍ରେମରୁ ଘଟିଥିବା କୁହାଯାଉଛି । ଏହାସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି ।

Leave a Reply

Your email address will not be published. Required fields are marked *