ମୁଖ୍ୟ ସମାଚାର
ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡହେଇପାରୁଥାନ୍ତା ଭୟାବହ ଦୁର୍ଘଟଣାସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ୪,୦୦୦ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?
ମୁଖ୍ୟ ସମାଚାର
ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡହେଇପାରୁଥାନ୍ତା ଭୟାବହ ଦୁର୍ଘଟଣାସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ୪,୦୦୦ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?

ରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନ

ରିଲ୍ସ କଲେ କିଛି ସମୟ ପରେ ଚାଲିଗଲା ଜୀବନ। ଭାଇରାଲ ହେଉଛି ରିଲ୍ସ ଷ୍ଟାରଙ୍କ ଭିଡିଓ। ଯାହା କୁ ନେଇ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ, କିଏ ଏହି ଅରୁଣ ତୁପେ। ଯାହାଙ୍କୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଛତ୍ରପତି ସମ୍ଭାଜୀନଗର ଜଣେ ରିଲ୍ ଷ୍ଟାରଙ୍କ ମୃତ୍ୟୁରେ ସୋସିଆଲ ମିଡିଆରେ ଶୋକ।ଅରୁଣ ଟୁପେ ଗତକାଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍ ପୋଷ୍ଟ କରିଥିଲେ। ସେ ତାଙ୍କ ରିଲ୍ ଉପରେ ମନ୍ତବ୍ୟର ଉତ୍ତର ମଧ୍ୟ ଦେଉଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୧୭୯,୦୦୦ ଫଲୋଅର୍ସ ଅଛନ୍ତି। ଅରୁଣ ଟୁପେ ତାଙ୍କର ମଜାଦାର ସ୍କିଟ୍ ଏବଂ ଛୋଟ ଭିଡିଓରେ ଭାବପ୍ରବଣ ଅଭିନୟ ପାଇଁ ଜଣାଶୁଣା ଥିଲେ।ଇନଷ୍ଟାଗ୍ରାମରେ ରିଲ୍ସ ଭିଡିଓ କରି ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିବା ଅରୁଣ ତୁପେଙ୍କ ଅକାଳ ମୃତ୍ୟୁ ହୋଇଛି। ମଙ୍ଗଳବାର ଛତ୍ରପତି ସମ୍ଭାଜୀନଗର ସ୍ଥିତ ବାଲାଜୀ ନଗର ଠାରେ ଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡାକ୍ତରଙ୍କୁ ଅରୁଣ ତୁପେଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ତାଙ୍କୁ ଏପିଲେପ୍ସି ସମସ୍ୟା ଥିଲା (ମସ୍ତିଷ୍କରେ ସମସ୍ୟା)। ତେବେ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ। ତେବେ ଅରୁଣଙ୍କ ପୂର୍ବରୁ ମରାଠୀ କଣ୍ଟେଣ୍ଟ ନିର୍ମାତା ଏବଂ ସୋସିଆଲ ମିଡିଆ ପ୍ରଭାବଶାଳୀ ପ୍ରଥମେଶ କଦମ ମଧ୍ୟ ଜାନୁଆରୀ ମାସରେ ୨୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ। ତାଙ୍କ ମୃତ୍ୟୁ ସୋସିଆଲ ମିଡିଆ ଷ୍ଟାରଙ୍କ ଫ୍ୟାନ୍ସଙ୍କ ଦୁଃଖିତ କରିଥିଲା।ଆଉ ଏବେ ଅରୁଣଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁସାରେ, ମଙ୍ଗଳବାର ଅରୁଣ ତୁପେଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ତାଙ୍କ ପରିବାର ଲୋକେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଅରୁଣଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଘାଟିର ଏକ ସରକାରୀ ହସ୍ପିଟାଲକୁ ପଠାଇଦିଆଯାଇଥିଲା। ବଡ଼ କଥା ହେଲା ସେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମ ରିଲ୍ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ସେ କ୍ୟାପସନ ଦେଇଥିଲେ, “ରିଲ୍ ସୁଟର”। ଭିଡିଓରେ ସେ ତାଙ୍କ ଫୋନରେ ଫଟୋ ଉଠାଉଥିବାର ଦେଖାଯାଉଛି। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଏକ ଗୀତରେ ବିବାହ ଫଟୋଗ୍ରାଫି ପାଇଁ ଯୋଗାଯୋଗ କରିବା ନେଇ ଶୁଣାଯାଉଛି।ଅରୁଣ ତୁପେ ସୋସିଆଲ ମିଡିଆରେ ହିନ୍ଦୀ ଏବଂ ମରାଠୀ ଭାଷାରେ ହାସ୍ୟାତ୍ମକ ଢଙ୍ଗରେ ସୂଚନାପ୍ରଦ କଣ୍ଟେଣ୍ଟ ପ୍ରସ୍ତୁତ ପରି ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ଛତ୍ରପତି ସମ୍ଭାଜୀନଗରରେ ଜନ୍ମଗ୍ରହଣ କରିଥିଲେ ଏବଂ କାମ ପାଇଁ ପୁନେରେ ରହିଥିଲେ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ‘କୌନ ଅରୁଣ ତୁପେ’ର ପ୍ରାୟ ୧୭୯ ଫଲୋଅର ରହିଥିଲେ। ତେବେ ତାଙ୍କର ଅକାଳ ବିୟୋଗ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁବ୍ ଦୁଃଖିତ କରିଛି।

Leave a Reply

Your email address will not be published. Required fields are marked *