ମୁଖ୍ୟ ସମାଚାର
ଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡହେଇପାରୁଥାନ୍ତା ଭୟାବହ ଦୁର୍ଘଟଣାସମୁଦ୍ର ରେ ଆସୁଛନ୍ତି ଆତଙ୍କବାଦୀ୪,୦୦୦ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?

ଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁ

ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ, ଆଉ ସାଙ୍ଗ ହୋଇ ମାରିଗଲେ । ଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁ । କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ସୂଚନା ଅନୁସାରେ ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷର ଶୁଭସନ୍ଧ୍ୟା ନାୟକ ଏବଂ ୮ ବର୍ଷ ର ରାଜଲକ୍ଷ୍ମୀ ଶଙ୍ଖୁଆଳ | ସବୁଦିନ ଭଳି ସେଦିନ ମଧ୍ୟ ହାତ ଧରାଧାରୀ ହେଇ ସ୍କୁଲକୁ ଯାଇଥିଲେ | ଆଉ ସେମିତି ସାଙ୍ଗ ହେଇ ବିଦ୍ୟାଳୟରୁ ଫେରିଥିଲେ | କିନ୍ତୁ ଦେଖନ୍ତୁ କେମିତି ଭାଗ୍ୟ ଦୁହିଁଙ୍କ ସହ ଏକା ସାଙ୍ଗରେ ଖେଳ ଖେଳିଦେଲା | ଦୁଇ ସାଙ୍ଗ ଶୁଭସନ୍ଧ୍ୟା ଆଉ ରାଜଲକ୍ଷ୍ମୀ ଗାଧୋଇବା ନିମନ୍ତେ ଘର ନିକଟ ପୋଖରୀକୁ ଯାଇଥିଲେ। ପରିବାର ଲୋକେ ନଳକୂପରେ ଗାଧୋଇବାକୁ କହିଥିଲେ ସୁଦ୍ଧା ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଜିଦି କରି ଯାଇଥିଲେ । କିନ୍ତୁ କିଛି ସମୟ ପରେ ଅଚାନକ ପରିବାର ଲୋକେ ଦୁଇ ନାବାଳିକା ଝିଅ ପାଣିରେ ବୁଡି ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ସଦସ୍ୟ ପୋଖରୀରେ ପଶି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ନାବାଳିକା ସାଙ୍ଗ ଏକା ସାଙ୍ଗେ ପୋଖରୀରେ ବୁଡି ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଯେମିତି ଶୋକାକୁଳ ପରିବେଶ ସୃଷ୍ଟି କରିଛି |

Leave a Reply

Your email address will not be published. Required fields are marked *