ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ି

ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । କାର୍ଯ୍ୟାଳୟ ଭିତରେ ପଶି ଚେୟାରରେ ବସିଥିବା ଅଫିସରଙ୍କୁ ଆଖିବୁଜା ମାଡ। ତାହା ପୁଣି ଦିନ ଦ୍ୱିପହରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ମାଡ଼ ମାରିବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ଭୂଇଁବୃତ୍ତି ପଂଚାୟତ ଜଗନ୍ନାଥପୁର ଗାଁର ସୁବାସ ଦାସ ମାଡ ମାରୁଥିବା ଜଣାପଡିଛି । ଆରଆଇ ତାପସ ରଞ୍ଜନ ଓ ସୁବାସଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁବାସ ଆରଆଇଙ୍କୁ ମାଡ ମାରିଥିବା ଜଣାପଡିଛି। ଚାନ୍ଦବାଲି ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ RI । ଆରଆଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ନ୍ୟାୟ ପାଇଁ ଆରଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ତହସିଲଦାର କହିଛନ୍ତି । ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *