ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାର

ହାତରେ ଧଳା ବସ୍ତା, ଆଉ ତା ଭିତରେ ଥିଲେ ବୃଦ୍ଧ । ସେ ପୁଣି ମହିଳାଙ୍କ ନିଜ ବାପା । ଝିଅର ରିଲ୍ସ୍ ନିଶାରେ ବାପା ଦେଲେ ସାଥ । ଖାଲି ବାପା ନୁହନ୍ତି ମହିଳାଙ୍କ ସ୍ୱାମୀ ଶାଶୁ ଓ ଶଶୁର ମଧ୍ୟ ଏଥିରେ ଥିଲେ ସାମିଲ । ଭାଇରାଲ୍ ହେବା ନିଶାରେ ତଳସ୍ତରକୁ ଖସୁଛନ୍ତି ଇନଫ୍ଲୋଏନସର ।କୋରିଅର ଅଫିସରେ ପାର୍ସଲ ଧରି ପହଞ୍ଚିଲେ ଝିଅ।
ଏ ଦୃଶ୍ୟକୁ ଥରେ ଭଲ କରି ଦେଖନ୍ତୁ । କେମିତି ଅଖା ବସ୍ତା ଭିତରେ କୋରିଆର ଅଫିସରେ ପାର୍ସଲ ହୋଇ ଆସିଛନ୍ତି ବୃଦ୍ଧ ବାପା । କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କିଛି ଲୋକ ଜଣେ ବ୍ୟକ୍ତିଙ୍କୁ ଏକ ବସ୍ତାରେ ବାନ୍ଧି କୋରିଅର ଭାବରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ଅଜବ ଘଟଣାଟି ଭୟାଲିକାଭଲ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି ଏବଂ ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି। ଏହା ଏକ ସାଧାରଣ ପାର୍ସଲ ପରି ମନେ ହେଉଥିଲା, କିନ୍ତୁ କୁରିଅର କର୍ମଚାରୀମାନେ ବସ୍ତା ଭିତରେ ଗତିବିଧି ଲକ୍ଷ୍ୟ କରିଥିଲେ। ସେଠାରେ କର୍ମଚାରୀମାନଙ୍କ ଭିତରେ ସନ୍ଦେଙ ସୃଷ୍ଟି ହୋଇଥିଲା । ଫଳରେ ବସ୍ତାଟିକୁ ଖୋଲି ଦେଖିଲେ ତ ଆଶ୍ଚଯ୍ୟ ହୋଇଯାଇଥିଲେ । କାରଣ ବସ୍ତା ଭିତରେ ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ପାଉଥିଲେ, ସେ ଜଣେ ବୟସ୍କ ଲୋକ ମଧ୍ୟ ଥିଲେ ।
ଆଶ୍ଚର୍ୟ୍ୟର କଥା, ଯେଉଁ ପରିବାର ଲୋକମାନେ ବସ୍ତା ଆଣିଥିଲେ ସେମାନେ କର୍ମଚାରୀମାନଙ୍କୁ ଜିଦ୍ ଧରିଥିଲେ ଏବଂ ଏଥିପାଇଁ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରେ କୋରିଅର କର୍ମଚାରୀ ଏବଂ ଯୁବକମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ବିଗିଡ଼ିବାକୁ ଦେଖି, କୋରିଅର କର୍ମଚାରୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ଏବେ ସିସିଟିଭି ଫୁଟେଜ୍ ଆଧାରରେ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।ଅନ୍ୟପଟେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏକ ଭିଡିଓ ତିଆରି କରିବା ପାଇଁ ସମଗ୍ର ଘଟଣାଟି ନାଟକ କରାଯାଇଥିଲା। ପରେ ପରିବାର ସେମାନଙ୍କ ଭୁଲ ସ୍ୱୀକାର କରିଥିଲେ, କ୍ଷମା ମାଗିଥିଲେ ଏବଂ ଲୋକଙ୍କୁ ଏପରି ବିପଦପୂର୍ଣ୍ଣ ପରୀକ୍ଷଣରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଆପଣ କୁହନ୍ତୁ ଏହିଭଳି ଭାବରେ ନିଜ ଜୀବନୁ ବିପଦରେ ପକାଇ ସୋସିଆଲ୍ ମିଡିଆରେ ଭାଇରାଲ ହେବା କେତେ ଦୂର ଠିକ୍

Leave a Reply

Your email address will not be published. Required fields are marked *