ଦିନରେ ଡ୍ରେସ ଆଉ ସଞ୍ଜ ନଉଁ ନଉଁ ଶାଢ଼ୀ ପିନ୍ଧି ଦେଉଥିଲା
କିନ୍ତୁ ଆଜି ଗାଁ ଲୋକଙ୍କ ହାତରେ ଧରାପଡିଗଲା
ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କ ଠାରୁ ହାତ ପତାଇ ଭିକ୍ଷା ମଧ୍ୟ କରୁ ଥିଲେ,ଶେଷରେ ଧରା ପଡ଼ି ଟ୍ରାକ୍ଟର ଗାଡ଼ିରେ ବାଲି ଲୋର୍ଡ କରିବା ସହ ରାସ୍ତା ସଫେଇ ପାଇଁ କୋଦାଳ ଧରାଇଲେ ଗାଁ ଲୋକେ,ପରେ ଥାନାକୁ ଖବର ଦେଇ ପୋଲିସ ହାତରେ ଜିମା ଦେଇ ଥିଲେ। ଏମିତି ଏକ ଦୃଶ୍ୟ ଦେଖିବାକୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନରେ। ସୂଚନା ଅନୁଯାୟୀ ଉତୁକୁଡା ପଞ୍ଚାୟତ ଵୁରୁଜାଲ ଗାଁର ବିଚିତ୍ର ରାଉଳ ନାମକ ଯୁବକ ବାଙ୍ଗାଲୋର ଯିବା ପାଇଁ ଘରୁ ବାହାରି ଭଦ୍ରକ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷକରି ଶୋଇ ଥିଲେ। ରାତ୧୧ ଟା ବେଳେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ବଡଵର୍ଚ୍ଚି କଇଁଆ ପଞ୍ଚାୟତ ଅଧିନସ୍ଥ ଵିଶଲପଟା ଗାଁର ନିରଞ୍ଜନ ମହାନ୍ତିଙ୍କ ପୁଅ ମାନସ ମହାନ୍ତି ନିଜର ରୂପ ବଦଳାଇ କିନ୍ନର ଵେଶରେ ଭଦ୍ରକ ଷ୍ଟେସନ ନିକଟରେ ଶୋଇବା ଥିବା ଅବସ୍ଥାରେ ବିଚିତ୍ରଙ୍କ ଠାରୁ ମୋବାଇଲ ସହିତ ଟଙ୍କା ନେଇ ଯାଇ ଥିଲେ। ଘୋଡାଇ ହୋଇ ଶୋଇ ଥିବା ଚାଦରକୁ ମନ୍ଦ ଉଦ୍ଦେଶ୍ୟରେ ଟେକିଲା ବେଳକୁ ବିଚିତ୍ରଙ୍କ ନିଦ ଭାଙ୍ଗିବାରୁ ଦଉଡ଼ି ପଳାଇ ଯାଇ ଥିଲେ ଛଦ୍ମବେଶୀ ଯୁବକ। ଗୋଡାଇ ଗୋଡାଇ ଷ୍ଟେସନରୁ ଧରି ରେଲୱେପୋଲିସକୁ ଜିମା ଦେଇଥିଲେ। ପରେ ପୋଲିସ ଛାଡ଼ିବା ପରେ ସେ ତାଙ୍କର ଘର ଲୋକଙ୍କୁ ଖବର ଦେଇ ଥିଲେ। ଚୋରି କରୁଥିବା ଯୁବକଙ୍କୁ ଭଦ୍ରକରୁ ଚାନ୍ଦବାଲି ଆଣି ଉଗ୍ରତରା ଵଜାରରେ ରଖିଥିଲେ। ମୋବାଇଲ ଓ ଟଙ୍କା ଚୋରି ହେବାରୁ ବିଚିତ୍ର ବାଙ୍ଗାଲୋର ନ ଯାଇ ଘରକୁ ଫେରି ଆସି ଥିଲେ। ଚୋରଟି ନ ମାନିଵାରୁ ରାସ୍ତା ସଫା କାମରେ ଲଗାଇ ପୋଲିସକୁ ଖବର ଦେଇ ଥିଲେ। ଘଟଣା ସ୍ଥଳରେ ୧୧୨ ପୋଲିସ ଭ୍ୟାନ ଗାଡ଼ି ପହଞ୍ଚି ଚୋରି କରିବା ଅଭିଯୋଗରେ ଚାନ୍ଦବାଲି ଥାନାକୁ ଛଦ୍ମବେଶୀ