ରାଜ୍ୟ ବାହାରେ ବିଦ୍ୟୁତ ସ୍ପର୍ଶ ରେ ଆସି ଦାଦନ ଶ୍ରମିକ ଙ୍କ ମୃତ। ପେଟ କୁ ଦାନା ଦେବା ପାଇ ରାଜ୍ୟ ବାହାର କୁ ଦାଦନ ଖଟିଯାଇଥିବା ଜଣେ ଓଡ଼ିଆ ଶ୍ରମିକ ଙ୍କ ଗୁଜୁରାଟ ରେ ମୃତ୍ୟୁ ହେବା ଓ ଶବ ହୋଇ ଫେରିବା l ଅଧା ରହିଲା ସାବିତ୍ରୀ ବ୍ରତ l ସୂଚନା ଅନୁସାରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗୁରୀପାଲି ଗାଁ ର ବୀରେନ୍ଦ୍ର ଛତ୍ରିଆ l ତେବେ ଗୁଜୁରାଟ ର ଲିଜୁରା ସ୍ଥିତ ଏକ ମାର୍ବଲ କାରଖାନା ପରିସର ରେ କାମ କରୁଥିବା ବେଳେ ମେସିନ୍ବି ର ବିଦ୍ୟୁତ୍ ସ୍ପର୍ଶ ରେ ଆସି ଶ୍ରମିକ ଜଣକ ଜଳିଯାଇଥିଲେ। ପରେ ମାର୍ବଲ କମ୍ପାନୀ ଏକ ଆମ୍ବୁଲାନ୍ସ ରେ ଶବ କୁ ନିଜ ଗାଁ କୁ ପଠେଇ ଦେଇଛି l ମୃତ୍ୟୁ ବରଣ କରିଥିବା ବୀରେନ୍ଦ୍ର ଗୋଟିଏ ଦିନ ଆଗରୁ ନିଜ ସ୍ତ୍ରୀ ଙ୍କୁ ଫୋନ୍ ରେ କହିଥିଲେ ସାବିତ୍ରୀ ବ୍ରତ ରେ ଘର କୁ ଫେରିବି l ହେଲେ ଅଧୁରା ରହିଲା ସାବିତ୍ରୀ ବ୍ରତ l ବୀରେନ୍ଦ୍ର ଙ୍କ ଶବ ଗାଁ କୁ ଫେରିଲା ପରେ ଶୋକାକୁଳ ପରିବେଶ ସହ କାନ୍ଦ ବବାଲି ରେ ଘର କମ୍ପି ଯାଉଥିଲା l ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ର ମୃତ୍ୟୁ କୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଗ୍ରାମ ବାସି lକୁନି କୁନି ପୁଅ ଝିଅ ସହ ବୃଦ୍ଧ ପିତା ମାତାଙ୍କ କାନ୍ଦ ରେ ଆହୁରି ଶୋକାକୁଳ ପରିବେଶ ସହ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା l ଏନେଇ କାରଖାନା କତୃପକ୍ଷ ସ୍ଥାନୀୟ ଏକ ଡାକ୍ତର ଖାନା କୁ ନେଇ ଥିଲେ ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସେଠିକାର ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ଘରେ ସ୍ତ୍ରୀ ସହ ଦୁଇଟି ପୁଅ ଓ ଜଣେ ଝିଅ ରହିଥିବା ବେଳେ ରାଜ୍ୟ ବାହାରେ ବୀରେନ୍ଦ୍ର ଙ୍କ ମୃତ୍ୟୁ ହେବା ଯୋଗୁଁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ତେବେ କାରଖାନା ମାଲିକ ଏକ ଆମ୍ବୁଲାନ୍ସ ସାହାଯ୍ୟ ରେ ଶବ କୁ ଘର କୁ ପଠାଇ ଦେଇଛନ୍ତି ।ଏଣୁ ସରକାର ଏହି ଦାଦନ ଶ୍ରମିକ ଙ୍କ ପାରିବାର କୁ ସରକାରୀ ସହାୟତା ଯୋଗାଇ ଦେବା କୁ ସଧାରଣ ରେ ଦାବୀ ହେଉଛି।