ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମା

୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମା
୪ ବର୍ଷର ଝିଅ କିଛି ଜାଣି ପରି ନଥିଲା
ଶେଷରେ ଏହି ନୃଶଂସ ମାଆ ଝିଅକୁ ଜନ୍ମ କରି ଟଙ୍କା ପାଇଁ ବିକିଦେଲା
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ ଛକ ନିକଟ ଡମଆଡ଼ି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରେ ପଡ଼ି ଜଣେ ଦମ୍ପତି ନିଜ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଡମଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ନିଜ ୪ ଵର୍ଷର ସାନ ଝିଅ ରାନୁ ମୁଣ୍ଡାକୁ ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କ ହାତକୁ ଦେଇଥିବା କଥା ସ୍ୱୀକାର କରିଥିବା ଜଣାପଡ଼ିଛି। ପରିବାରରେ ୩ଟି ସନ୍ତାନ ଥିବାବେଳେ ୨ ଝିଅ ଓ ଜଣେ ବଡ଼ ପୁଅ ଘରେ ରହିଛନ୍ତି। ସାନ ଝିଅକୁ ଟଙ୍କା ନେଇ ଅନ୍ୟ ହାତକୁ ଦେଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧୁଆ ମୁଣ୍ଡାଙ୍କ ମୂଳ ଘର ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଗ୍ରାମରେ ଥିବାବେଳେ ପ୍ରାୟ ଏକ ବର୍ଷ ହେବ ସେମାନେ ଡମଆଡ଼ିରେ ରହି ମାଗଣ ଯାଚଣ କରି ପରିବାର ଚଳାଉଥିବା ଜଣାଯାଇଛି। ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମ ଥିବାରୁ ବାଲେଶ୍ୱରରୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ସେଠାରେ ଶିଶୁଟିକୁ ନେଇ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ଗତକାଲି ଧାମନଗର ବଜାରରେ ଶିଶୁଟିକୁ ସେମାନଙ୍କ ହାତକୁ ଦେଇ ୧୦ ହଜାର ଟଙ୍କା ନେଇଥିବାବେଳେ ପୂର୍ବରୁ ୫ ହଜାର ଟଙ୍କା ନେଇଥିବା କଥା ଦମ୍ପତି କହିଥିବା ଜଣାପଡ଼ିଛି। ଏହି ଟଙ୍କାର ଭିତରୁ ମାଆ କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ଶହ ଶହ ଶହ ଲୋକେ ଡମଆଡିରେ ପହଞ୍ଚି ବାପା ମାଆଙ୍କୁ ଘେରିଥିଲେ। ଶିଶୁ ସୁରକ୍ଷା ଓ ମାନବ ଚାଲାଣ ସନ୍ଦେହରେ ପୋଲିସ ଓ ପ୍ରଶାସନ ତତ୍କାଳ ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *