ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡରେ ତିନି ଜଣ ଅଭିଯୁକ୍ତକୁ ଗିରଫ୍ କରିଛି ରାୟଗଡା ପୁଲିସ । ବିହାର ରାଜ୍ୟର ମଦନପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉମେଶ ହିଆଲ,ରାଜ ସିମିଲି ଓ ଅକ୍ଷୟ ସାମଲକୁ ପୁଲିସ ଗିରଫ୍ କରିଛି । ଏନେଇ ସୂଚନା ଦେଇଛନ୍ତି ରାୟଗଡା ଏସପି ସ୍ବାତୀ ଏସ୍. କୁମାର । ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଏହି ହତ୍ୟାକାଣ୍ଡରେ ଏକାଧିକ ଅପରାଧି ସାମିଲ ଥିବା ବେଳେ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାକୁ ଜାଲ ବିଛାଇଛି । ଏଥିପାଇଁ ମୋଟ 6ଟି ଟିମ୍ ଗଠନ କରି ତଦନ୍ତ କରାଯାଉଛି । ଗତ 9 ତାରିଖ ରାତି 10ଟା ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହାଡପା ନିଖିଲକୁ ରାୟଗଡା ସହରର ଇନ୍ଦିରାନଗର ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା ଯାହାକି ରାୟଗଡ଼ା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଡପା ନିଖଲିକୁ ଗୁଳି କରି ହତ୍ୟା କରାଯାଇଥିଲା ।
କିଛିଦିନ ପୂର୍ବରୁ ସୂଚନାଥିଲା କି, ରାୟଗଡ଼ାରେ ଗ୍ୟାଙ୍ଗ ୱାରରେ ନିଖିଲ ହାଡ଼ିପାଙ୍କୁ ହତ୍ୟା ଘଟଣାରେ ଚିହ୍ନଟ ହୋଇ ସାରିଥିଲେ ହତ୍ୟାକାରୀ । ପୋଲିସର ସ୍ୱତନ୍ତ୍ର ସ୍କ୍ବାଡ ବିଭିନ୍ନ ସ୍ଥାନରେ ଛାପା ମାରିଥିଲେ । ସହରବାସୀ ଆତଙ୍କିତ ଥିବା ବେଳେ ସହରରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମୃତ ନିଖିଲ ହାଡ଼ିପାଙ୍କ ମୃତଦେହକୁ ଧରି ସହରରେ ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରିଥିଲା । ଶହ ଶହ ଲୋକ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।