ମୁଖ୍ୟ ସମାଚାର
ପୁଣି ନବୀନ ପାଣ୍ଡୁ ଙ୍କୁ ଟାର୍ଗେଟ କରିଲେ ଶ୍ରୀମୟୀSI ଘୋଟାଲା ରେ ପୁଣି ଧରା ହେଲେତଳକୁ ଖସିଲା ସୁନା ର ଦରମୁସଲମାନ ମାନଙ୍କୁ ଧମକ ଦେଲେ ଯୋଗୀଜୀବନ ନେଇ ଜାଇ ପାରେ ଧୂପ କାଠି ଧୁଆଁସଂଘାତିକ ଭାବରେ ବର୍ଷିବ ସୂଚନା ଦେଲା ପାଣିପାଗ ବିଭାଗନବଦାସ ଙ୍କ ହତ୍ୟା ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବଆମେ କଣ ତୁମର ଏ ପଦେ ପଦେ କଥା ରେ ଡରିଚୁ ନା ଡରି ଯିବୁନାଗରିକ ମାନଙ୍କ ପାଇଁ ପ୍ରକୃତ ଚିନ୍ତା କୁଆଡେ ଧର୍ମେନ୍ଦ୍ର ପ୍ରଧାନଙ୍କ ର ରହିଛିଶିଳ୍ପ ସ୍ଥାପନ କରିବା ପାଇଁ ଚିନ୍ତାରେ ମୋହନ ସରକାର

ପହଲଗାମ କାଣ୍ଡକୁ ପୂରିଲା ମାସେ

ପହଲଗାମ କାଣ୍ଡକୁ ପୂରିଲା ମାସେ, ବର୍ବରକାଣ୍ଡ ଘଟାଇଥିଲେ ଆତଙ୍କବାଦୀ । ଭିଜିଥିଲା ରକ୍ତର ନଦୀ ଲିଭି ଥିଲା ମୁଣ୍ଡରୁ ଶିନ୍ଧୁର। ସ୍ତବ୍ଧ ହୋଇଥିଲା ପୁରା ଦେଶ। ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହାକୁ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ କୁହାଯାଉଛି । ବୈସାରଣ ଭ୍ୟାଲିରେ ଖୁସି ମନାଇବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅତ୍ୟ ଘୃଣ୍ୟ ଓ ଜଘନ୍ୟ ଭାବେ ଗୁଳି କରି ହତ୍ୟା କରିଥିଲେ ।

୪ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ । ବିଶେଷକରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁକାଶ୍ମୀରର ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କର ଏହି ଆତଙ୍କୀ ଆକ୍ରମଣରେ ଜୀବନ ଯାଇଥିଲା ।

ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପାକିସ୍ତାନରୁ ଆକ୍ରମଣର ଷଡ଼୍‌ଯନ୍ତ୍ର ରଚାଯାଇଥିଲା । ଜମ୍ମୁକାଶ୍ମୀରର କିଛି ଆତଙ୍କୀ ସହଯୋଗୀ ଏହି ଘୃଣ୍ୟ ଷଡ଼୍‌ଯନ୍ତ୍ରରେ ସହାୟତା କରିଥିଲେ । ଭାରତ ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା ।

Leave a Reply

Your email address will not be published. Required fields are marked *