ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ପହଲଗାମ କାଣ୍ଡକୁ ପୂରିଲା ମାସେ

ପହଲଗାମ କାଣ୍ଡକୁ ପୂରିଲା ମାସେ, ବର୍ବରକାଣ୍ଡ ଘଟାଇଥିଲେ ଆତଙ୍କବାଦୀ । ଭିଜିଥିଲା ରକ୍ତର ନଦୀ ଲିଭି ଥିଲା ମୁଣ୍ଡରୁ ଶିନ୍ଧୁର। ସ୍ତବ୍ଧ ହୋଇଥିଲା ପୁରା ଦେଶ। ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହାକୁ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ କୁହାଯାଉଛି । ବୈସାରଣ ଭ୍ୟାଲିରେ ଖୁସି ମନାଇବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଅତ୍ୟ ଘୃଣ୍ୟ ଓ ଜଘନ୍ୟ ଭାବେ ଗୁଳି କରି ହତ୍ୟା କରିଥିଲେ ।

୪ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ । ବିଶେଷକରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁକାଶ୍ମୀରର ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କର ଏହି ଆତଙ୍କୀ ଆକ୍ରମଣରେ ଜୀବନ ଯାଇଥିଲା ।

ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପାକିସ୍ତାନରୁ ଆକ୍ରମଣର ଷଡ଼୍‌ଯନ୍ତ୍ର ରଚାଯାଇଥିଲା । ଜମ୍ମୁକାଶ୍ମୀରର କିଛି ଆତଙ୍କୀ ସହଯୋଗୀ ଏହି ଘୃଣ୍ୟ ଷଡ଼୍‌ଯନ୍ତ୍ରରେ ସହାୟତା କରିଥିଲେ । ଭାରତ ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ । ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା ।

Leave a Reply

Your email address will not be published. Required fields are marked *