ହଠାତ ମାଡି ଆସିଲା ଘୁର୍ନି ଝଡ
୨୦୦ କିଲୋମିଟର ବେଗରେ ପବନ ବହିଲା ସବୁ କିଛି ଉଡାଇ ନେଇଗଲା
୧୦୦ ଘର ଭାଙ୍ଗିଲା ଅନେକ ଲୋକଙ୍କ ଜୀବନ ନେଇଗଲା
ଦେଖନ୍ତୁ ପ୍ରକୃତିର ଟଣ୍ଡବର ସେହି ଲିବେ ଦୃଶ୍ୟ
ହଠାତ ଗାଁକୁ ମାଡି ଆସିଲା ଘୁର୍ନି ଝଡ | ସବୁ କିଛି ଠିକ ଥିଲା ଏକ ବେଳକେ ଘୁ ଘୁ ଗର୍ଜନ କରି ପବନ ମାଡି ଆସିଲା | ପରେ ଟିକେ ଦେଖନାତୁ ସେହି ଗାଁର ଅବସ୍ଥା କଣ ହେଇଥିଲା | ୨୦୦ କିଲୋମିଟର ପବନରେ ପୁରା ଗାଁ ଯେମିତି ଗୁଣ୍ଡ ହେଇଯାଇଥିଲା | ଶହଶହ ଘର ଭାଙ୍ଗିଲା, ବଡ଼ବଡ଼ ଗଛ ଉପାଡିଲେ ଆଉ ଲୋକଙ୍କୁ ମାରିଦେଲା | ଯାହାର ଭୟଙ୍କର ଦୃଶ୍ୟ ଏବେ ଆପଣଙ୍କ ସାମ୍ନାରେ ଅଛି | ତେବେ ଏହି ଭଳି ଘୁର୍ନି ଝଡ ଏମିତି ଘିରିଘିରି ବୁଲି ମାଡି ଆସିଥିଲା | ପରେ ଗାଁ ଭିତରେ ପଶି ଯାଇଥିଲା | ଶେଷରେ ମାତ୍ର କେଇଟା ସେକଣ୍ଡରେ ପୁରା ଗାଁ କୁ ଯେମିତି ମସାଣି ପଦାରେ ବଦଳାଇଦେଲା | ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଂଚଳ ର କିଆ,କଙ୍କଡା,ପାଣପୋଷି,ଡୁମିରିଆ ଏମିତି ଅନେକ ଗାଁରେ ଘୂର୍ଣ୍ଣିଝଡ଼ର ଏମିତି ତାଣ୍ଡବ ରଚିଥିଲା। ତା ପରେପରେ ପବନରେ ଉଡ଼ିଲା ଖପରା ଘର; ୧୦୦ ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହେବ ସହ , ୨୨୦ନମ୍ବର ଯତୀୟ ରାଜପଥରେ ଯାଉଥିବା ଅଟୋ ଏବଂ ବାଇକ ସ୍କୁଟିକୁ ଉଡାଇ ନେଲା ପବନ | ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି | ଯାହାକୁ ନେଇ ବର୍ତ୍ତମାନ ବି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି | ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୫ ରୁ ଊର୍ଦ୍ଧ୍ବ ଆହତଙ୍କୁ ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସା କରୁଛନ୍ତି ଏକ ଡାକ୍ତରୀ ଦଳ। ଅନ୍ୟପଟେ ଘଟଣା ସ୍ଥଳକୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ଲୋକଙ୍କୁ ଆଶ୍ୱାସନା ଦେଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଦେଖିବାକୁ ବାକି ରହିଲା ଏହି କ୍ଷତିଗ୍ରସ୍ଥକୁ ନେଇ ଆଉ କେଉଁ ଭଳି ତଥ୍ୟ ସାମ୍ନାକୁ ଆସୁଛି |