ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳି

ଗଞ୍ଜାମ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଦୃଶ୍ୟ।ମହିଳା ଡାକ୍ତରଙ୍କ ରୋଗୀସେବା କମ ଡବଙ୍ଗଗିରି ବେଶୀ ।ଚାରିଜଣ ରୋଗୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଲେ ମହିଳା ଡାକ୍ତର।ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ। ପୋଲିସ ମହିଳା ଡାକ୍ତରଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଛାଡି ଦେଇଥିବା ଜଣାପଡିଛି ।ଭଞ୍ଜନଗର ଭେଜିପୁଟ ଅଂଚଳର ରେଣୁକା ସ୍ୱାଇଁ ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ତାଙ୍କ ଭାଣିଜୀ ଙ୍କ ସହ ଗତକାଲି ରାତିରେ ନିର୍ବାକ ହେଲେ ସେଠାରେ ନିଶାସକ୍ତ ଅବସ୍ଥାରେ ଥିବା ମହିଳା ଡାକ୍ତର କିରଣ ମହାପାତ୍ର ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।ଖାଲି ସେତିକି ନୁହେଁ ଜଣେ ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ବେଳେ ରୋଗୀଙ୍କ ବାପା ଦାୟିତ୍ୱରେ ଥିବା ମହିଳା ଡାକ୍ତର ଙ୍କ ପାଖକୁ ଚିକିତ୍ସା ସମ୍ୱନ୍ଧୀୟ କାଗଜ ପତ୍ର ଆଣିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।ତାଙ୍କ ଭଉଣୀ ପ୍ରତିରୋଧ କରିବାରୁ ତାଙ୍କୁ ବି ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଡାକ୍ତରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ମଧ୍ୟ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।ହେଲେ ମହିଳା ଡାକ୍ତର କିରଣ ମହାପାତ୍ର ତାଙ୍କ ବିରୋଧରେ ଆସିଥିବା ମାଡ଼ ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *