ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ କିଏ ବସିଛି ? ପୁଣି ନୀଳଚକ୍ର ଉପରେ ବସିଲା ଚିଲ। ଚୁନେରା ସେବକ ଶ୍ରୀମନ୍ଦିର ପତିତପାବନ ବାନା ପରିଵର୍ତ୍ତନ କରିବା ସମୟରେ ଏକ ଚିଲ କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡରେ ବସିଥିବା ଦେଖିବାକୁ ମିଳିଛି ।ମଙ୍ଗଳବାର ଦିନ ଚିଲ ବସିଥିଲାବେଳେ ଭକ୍ତ ମନରେ ପଶିଲା ଛନକା। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ଅଶୁଭ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ତେବେ ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା,ବସିବା,ମାନସିକ ବାନା ଛିଡିବା ଏବଂ ଶହଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର୍ ରହିଛି। ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି। ଗତ ୧୨ ତାରିଖ ରେ ଛିଡ଼ିଯାଇଥିଲା ଶ୍ରୀମନ୍ଦିର ପତିତପାବନ ବାନା । ଯାହାକୁ ନେଇ ମଧ୍ୟ ଶୁଭ, ଆଶୁଭ ଚର୍ଚ୍ଚା ଜୋର ଧରିଥିଲା । ବାନା ପରିବର୍ତ୍ତନ ସମୟରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ । ଚୁନାରା ସେବକ ଅକ୍ଷୟ ଦଣ୍ଡରେ ପତିପାବନ ବାନା ସଂଯୋଗ କରିବା ପରେ, ମାନସିକ ବାନା ଗୁଡ଼ିକୁ ପ୍ରତି ଥର ଭଳି ତଳକୁ ତଳ ବାନ୍ଧିଥିଲେ ଏବଂ ତଳକୁ ଓହ୍ଲାଇ ଥିଲେ ।ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଏଭଳି ସଂକେତକୁ ନେଇ ବିଶ୍ଳେଷଣ କରିଥିଲେ । କହିଥିଲେ ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ପୂର୍ଣ୍ଣଛେଦ ପଡ଼ିବାର ସଂକେତ ଦେଇଥାଇ ପାରନ୍ତି ମହାପ୍ରଭୁ । ପୂର୍ବରୁ ଏଭଳି ଅନେକ କିମ୍ବଦନ୍ତୀ ରହିଥିବା ମଧ୍ୟ ଦାବି କରିଥିଲେ । ପତିତପାବନ ବାନା ସଂକେତର ପ୍ରତୀକ । ବିଭିନ୍ନ ସମୟରେ ବାନା ଜରିଆରେ ଭଲମନ୍ଦ ବିଚାରର ସଂକେତ ଦେଇଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।