ଆସିବା ଭୟଙ୍କର ସୁନାମି ଆଉ ନେବ ଭୟଙ୍କର ରୁପ।
ଭାଙ୍ଗିବା ଘର ତ୍ରାହି ତ୍ରାହି ଡାକିବେ ଲୋକେ
ଆଉ କିଛି ଦିନ ପରେ ଏ ଦୁନିଆ ଦେଖିବ ସୁନାମିର କରାଳ ରୂପ। ଏହା ବାବା ଭେଙ୍ଗାଙ୍କ ୨୦୨୫ର ଭବିଷ୍ୟବାଣୀ କରିଛନ୍ତି। ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଜୁଲାଇ ୨୦୨୫ରେ ଏକ ଭୟଙ୍କର ସୁନାମି ଆସିବାର ପୂର୍ବାନୁମାନ କରିଛନ୍ତି । ଯେଉଁଥିରେ ଏହି ୩ଟି ଦେଶ ଜାପାନ, ତାଇୱାନ ଏବଂ ଇଣ୍ଡୋନେସିଆ ପ୍ରଭାବିତ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି ।
ଏହା ଗପ ଭଳି ଲାଗିଲେ ମଧ୍ୟ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହେଉଥିଲା । ଭାରତ ପାକିସ୍ତାନର ଯୁଦ୍ଧ ହେଉଛି ଜ୍ୱଳନ୍ତ ପ୍ରମାଣ ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମୁତାବକ, ୨୦୨୫ରେ ଦକ୍ଷିଣ ସାଗରରେ ସମୁଦ୍ର ଫୁଟିବା ଏବଂ ପାଣି ତଳେ ଜ୍ବାଳାମୁଖୀ ଫୁଟି ଭୟଙ୍କର ସୁନାମି ସୃଷ୍ଟି ହେବ । ଯାହାଫଳରେ ଜାପାନର ଦକ୍ଷିଣ ଦ୍ବୀପ, ତାଇୱାନ ନିକଟରେ ଥିବା ଇଣ୍ଡୋନେସିଆ ପ୍ରଭାବିତ ହେବ । ୨୦୧୧ରେ ହୋଇଥିବା ସୁନାମି ଅପେକ୍ଷା ଏଥରର ସୁନାମୀ ଅତ୍ୟଧିକ ଭୟଙ୍କର ରହିବ । ଯଦି ସତର୍କତା ଅବଲମ୍ବନ କରାନଯାଏ ତେବେ ହଜାର ହଜାର ଲୋକଙ୍କ ପ୍ରାଣ ଚାଲିଯିବାର ଆଶଙ୍କା କରାଯାଉଛି ।
ତାଙ୍କ ପୁସ୍ତକରେ ରଚନା ହୋଇଥିବା ଭବିଷ୍ୟବାଣୀ ଅନୁସାରେ ୨୦୧୧ ମସିହାରେ ଜାପାନରେ ସୁନାମି, ଦେଶବ୍ୟାପୀ ମହାମାରୀ ଏବଂ ଏସିଆରେ ଭୂକମ୍ପ ଏହି ସତ୍ୟତାର ପ୍ରମାଣ ଦେଇଛି । ତାଙ୍କର ଏହି ବର୍ଷର ହୋଇଥିବା ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି । ତେଣୁ ସତର୍କ ରହିବା ଆବଶ୍ୟକ ।
ଏପଟେ ଯଦିଓ ପୂର୍ବାନୁମାନ ଭବିଷ୍ୟବାଣୀ ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ ନୁହେଁ ତଥାପି ଭୂକମ୍ପ ଏବଂ ଜ୍ବାଳାମୁଖୀ ଗତିବିଧି ଉପରେ ନଜର ରଖିଛନ୍ତି । ଏହା ବ୍ୟତୀତ ଜାପାନ ଏବଂ ତାଇୱାନର ଆଖପାଖ ଅଞ୍ଚଳରେ ଭୂକମ୍ପ ହେବାକୁ ନିଶ୍ଚିତ କରିଛନ୍ତି ।