ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ବାସନ ମାଜିଲେପାକ ଖେଳାଳି

ପ୍ରଶଂସା କମ ବଦନାମ ଅଧିକ ହଉଛି ପାକିସ୍ତାନ । ନିଜ ଦେଶ ଛାଡି ବିଦେଶରେ ନାହିଁ କୌଣସି ସମ୍ମାନ । ପାକିସ୍ତାନ ପୁଣି ଏବେ ଚର୍ଚ୍ଚାରେ । ଅନ୍ତର୍ଜାତୀୟ ମଞ୍ଚରେ ଲଜ୍ଜିତ ହୋଇଛି ପାକିସ୍ତାନ । ପାକ୍ ହକି ଟିମ୍ ଅଧିନାୟକ ସକିଲ ଅମ୍ମାଦ ବଟ୍ଟ ପାକ୍ ହକି ଫେଡେରେସନ ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମ୍ୟାଚ୍ ଖେଳିବା ପୂର୍ବରୁ ସେମାନଙ୍କୁ ବାସନ ମାଜିବାକୁ ପଡିଥିଲା । ଏପରିକି ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିବାକୁ ହୋଇଥିଲା । ଅଷ୍ଟ୍ରେଲିଆ ଗସ୍ତରୁ ଆସିବା ପରେ ସକିଲ ଏପରି କିଛି ଅଭିଯୋଗ କରିଛନ୍ତି ।ପାକିସ୍ତାନ ଜାତୀୟ ହକି ଦଳର ଅଷ୍ଟ୍ରେଲିଆ ଗସ୍ତ ପୁଣିଥରେ ଦେଶର କ୍ରୀଡ଼ା ପ୍ରଶାସନର ପର୍ଦ୍ଦାଫାସ କରିଛି । FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟରେ ଯାତ୍ରା କରିଥିବା ଏହି ଦଳ କେବଳ ମ୍ୟାଚ୍ରେ ପରାସ୍ତ ହୋଇନାହିଁ ଅପମାନଜନକ ପରିସ୍ଥିତି ମଧ୍ୟ ସହିଛି । ଲାହୋର ବିମାନବନ୍ଦରରୁ ଫେରିବା ପରେ ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ୍ ଗଣମାଧ୍ୟମ ସମ୍ମୁଖରେ ଅନେକ ଖୁଲାସା କରିଛନ୍ତି । ପାକିସ୍ତାନ ହକି ଫେଡେରେସନକୁ କଡ଼ା ସମାଲୋଚନା କରିଛନ୍ତି ।ଅଷ୍ଟ୍ରେଲିଆରେ ତାଙ୍କ ଦଳକୁ ହୋଟେଲ ବୁକିଂ ଅଭାବରୁ କେବଳ ରାସ୍ତାରେ ବୁଲିବାକୁ ପଡିନାହିଁ, ବରଂ ମ୍ୟାଚ୍ ଖେଳିବାକୁ ଯିବା ପୂର୍ବରୁ ବାସନ ଧୋଇବାକୁ ପଡିଛି । ଯେତେବେଳେ ଖେଳାଳିମାନଙ୍କୁ ମ୍ୟାଚ୍ ଖେଳିବା ପୂର୍ବରୁ ରୋଷେଇ ଘର ସଫା କରିବାକୁ ପଡ଼େ ଏବଂ ବାସନ ଧୋଇବାକୁ ପଡ଼େ, ସେତେବେଳେ ଆପଣ ଆମଠାରୁ ଭଲ ଫଳାଫଳ କିପରି ଆଶା କରିପାରିବେ ।ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦଳ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । କାନବେରାକୁ ବିମାନ ଚଢ଼ିବା ପୂର୍ବରୁ ସେମାନଙ୍କୁ ସିଡନୀ ବିମାନବନ୍ଦରରେ ୧୩-୧୪ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ହୋଟେଲରେ ପହଞ୍ଚିବା ପରେ ସେମାନେ ଜାଣିପାରିଲେ ଯେ ପାକିସ୍ତାନ ହକି ଫେଡେରେସନ ଆଗୁଆ ଦେୟ ଦେଇ ନଥିବାରୁ ବୁକିଂ ହୋଇନାହିଁ । ଖେଳାଳି ଏବଂ କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡା ହୋଇଥିଲେ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପିଏଚଏଫରର ମୁଖ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *