ମୁଖ୍ୟ ସମାଚାର
ପୁଣି କୋର୍ଟରେମୁହାଁମୁହିଁ ବର୍ଷା-ଅନୁଭବମୋ ସ୍ତ୍ରୀ ଭଳିଆ ଦିଶିଲା, ଆଇ ଲଭ୍ ୟୁ କଦିଦେଲିମହିଳା କମାଣ୍ଡୋଙ୍କୁହତ୍ୟା କଲା ସ୍ବାମୀପେଟରେ ଥିଲା ଛୁଆକୂଅ ଭିତରେ ପଡି ଚିତ୍କାର କରୁଥିଲା ଭଉଣୀପ୍ଲେନ୍ କ୍ରାସରେଆଖିବୁଜିଲେ ଅଜିତ ପାୱାରପୁଅ ଲୋଭରେଝିଅକୁ ନଦୀକୁ ଫୋପାଡ଼ିଲା ବାପାଆଉ ନାହାଁନ୍ତି ମ୍ୟୁଜିକ ଦାଦା ଅଭିଜିତ ମଜୁମଦାରଟଙ୍କା ଗଣିଗଣି ଖରାପ ହେଇଗଲାଣି ମେସିନ ଏପଟେ ସରୁନି ଟଙ୍କାମନ୍ଦିର ଭିତରକୁ ମୋବାଇଲ୍ ନେଲେଯୁବକ ମୁଣ୍ଡରୁ ଚେକାଚେକା ରକ୍ତ ବାହାରୁଚି

ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍

ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଓ ଗେଜେଟ୍ ନୋଟିଫିକେସନ ପରେ ଏହା ଆଇନରେ ପରିଣତ ହୋଇଛି। ଆଗରୁ ସଂସଦର ଉଭୟ ଗୃହରେ ଏହା ଗୃହୀତ ହୋଇଥିଲା । ଆଇନ ହେବା ପରେ ଡ୍ରିମ 11, ଗେମସ 24X7 ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବ।

ମିଡିଆର କୌଣସି ପ୍ଲାଟଫର୍ମରେ ଅନଲାଇନ ଗେମିଂର ବିଜ୍ଞାପନ ଓ ପ୍ରମୋସନ କରାଯାଇପାରିବ ନାହିଁ। ଟଙ୍କା କାରବାର କ୍ଷେତ୍ରରେ ବ୍ୟାଙ୍କ ଓ ପେମେଣ୍ଟ ସିଷ୍ଟମ ଜରିଆରେ ଅର୍ଥ ନେଣଦେଣ ନିଷିଦ୍ଧ କରାଯାଇଛି। ଆଇଟି ଆଇନ ୨୦୦୦ ଅନୁସାରେ ଅନଲାଇନ ଗେମଗୁଡ଼ିକୁ ବ୍ଲକ କରାଯିବ। ଆଇନ ଅନୁସାରେ ଅନଲାଇନ ଗେମିଂ ଅଥରିଟି ଗଠନ କରାଯିବ। ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଂଘନ ହେଲେ ୩ ବର୍ଷ ଜେଲଦଣ୍ଡ କିମ୍ବା ୧କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ଅନଲାଇନ ଗେମର ବିଜ୍ଞାପନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଯଦି କୌଣସି ଆର୍ଥିକ କାରବାର ହୁଏ ତେବେ ୩ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଦଣ୍ଡ ପରେ ଯଦି ପୁନର୍ବାର ଅପରାଧ ଘଟାଯାଏ ତେବେ ୩ରୁ ୫ ବର୍ଷ ଜେଲଦଣ୍ଡ ଓ ୨ କୋଟି ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *