ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ହେଇପାରୁଥାନ୍ତା ଭୟାବହ ଦୁର୍ଘଟଣା

ମାତ୍ର କିଛି ସେକେଣ୍ଡର ଭୁଲ… ଆଉ ହେଇପାରୁଥାନ୍ତା ଭୟାବହ ଦୁର୍ଘଟଣା। କିନ୍ତୁ RPF ଜବାନଙ୍କ ସତର୍କତା ଓ ସାହସ ପାଇଁ ମୃତ୍ୟୁମୁଖରୁ ଫେରିଲେ ଜଣେ ଯାତ୍ରୀ। ଏଭଳି ହୃଦୟକମ୍ପ ଘଟଣା ଦେଖିବାକୁ ମିଳିଛି ରାୟଗଡା ରେଳ ଷ୍ଟେସନରେ।
ରବିବାର ଅପରାହ୍ନ ପ୍ରାୟ ୪ଟା ୫୦ ସମୟରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ, ଟ୍ରେନ୍‌ ନମ୍ବର ୨୦୮୯୦ରେ ଚଢିବା ପାଇଁ ଜଣେ ଯାତ୍ରୀ ଦୌଡି ଯାଉଥିଲେ। ସେହି ସମୟରେ ହଠାତ୍ ସନ୍ତୁଳନ ହାରାଇ ସେ ଖସି ପଡୁଥିଲେ ଏବଂ ଟ୍ରେନ୍‌ ତଳକୁ ପଡିଯିବାର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଠିକ୍ ସେଇ ମୁହୂର୍ତ୍ତରେ ସେଠାରେ କାର୍ଯ୍ୟରତ RPF କନେଷ୍ଟବଳ ଅଙ୍କୁର ଚୌଧୁରୀ ପରିସ୍ଥିତିକୁ ବୁଝି ତୁରନ୍ତ ଦୌଡି ଯାଇ ଯାତ୍ରୀଙ୍କୁ ଧରିନେଇଥିଲେ। ଫଳରେ ଟ୍ରାକ୍‌ରେ ପଡିବା ପୂର୍ବରୁ ଅଳ୍ପକେ ବଞ୍ଚିଗଲା ଏକ ମୂଲ୍ୟବାନ ଜୀବନ ଏବଂ ଟଳିଗଲା ବଡ଼ ଅଘଟଣ।
ଏହି ଘଟଣା ପରେ ଷ୍ଟେସନରେ ଉପସ୍ଥିତ ଲୋକମାନେ RPF ଜବାନଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ଭରିପୁରା ପ୍ରଶଂସା କରିଛନ୍ତି। ସୂଚନା ମିଳିଛି ଯେ କନେଷ୍ଟବଳ ଅଙ୍କୁର ଚୌଧୁରୀ ପୂର୍ବରୁ ମଧ୍ୟ ଏଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାର ନଜିର ରହିଛି।
ସତରେ, କେବେ କେବେ ଜଣେ ସଚେତନ ସୁରକ୍ଷା କର୍ମୀଙ୍କ ତୁରନ୍ତ ପଦକ୍ଷେପ ଗୋଟିଏ ପରିବାରକୁ ବଡ଼ ଦୁଃଖରୁ ବଞ୍ଚାଇଦେଇଥାଏ। RPF ଜବାନଙ୍କ ଏହି ସାହସିକ କାର୍ଯ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *