ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ପ୍ରେମିକାଙ୍କୁ ପାଇବା ପାଇଁ ୪ କିମି ରାସ୍ତାରେ ଗଡିଲେ ଯୁବକ

ଗତକାଲି ପବିତ୍ର ଶିବରାତ୍ର ଅବସରରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଜର ପ୍ରେମକୁ ପାଇବା ପାଇଁ ପାଖାପାଖି ୪କିମି ରାସ୍ତାରେ ଗଡି ଗଡି ମନ୍ଦିରରେ ପହଁଚିଥିବା ଭଳି ରୋଚକ ଘଟଣା ଏବେ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ରା଼ୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଥିଲା । ସୂଚନାରୁ ଜଣାପଡିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗ୍ରାମର ଗୁରୁଦାସ ଡଙ୍ଗରି ଓ ମରିଚ ଡଙ୍ଗରିଙ୍କ ପୁଅ ଲୋକନାଥ ଡ଼ଙ୍ଗରି ଜଣେ ଯୁବତିଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ ହୋଇଯାଇଛି । ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥବା ପ୍ରକାଶ କରିଛନ୍ତି । ଲୋକନାଥ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଚେନ୍ନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ଳାଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡି ଗଡି ଆସି ଶିବଙ୍କୁ ଦର୍ଶନ କରି ମାନସିକ କରିଥିଲେ । ଆଜି ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ । ଆଜି ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କିୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଲୋକନାଥ ପ୍ରେମରେ କଣ ଭୁଲ ହୋଇଛି ଏବଂ କାହାକୁ ପ୍ରେମ କରୁଛନ୍ତି ପ୍ରକାଶ କରିନଥିବା ବ‌େଳେ ଭୁଲ ଧାରଣା ଦୂର ହୋଇ ତାଙ୍କ ପ୍ରେମ ସଫଳ ହେଉ ବୋଲି ମାନସିକ କରିଥିବା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *