ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ରାଗିକି ନିଆଁବାଣ ପାକିସ୍ତାନୀ ଫ୍ୟାନ୍ସ, ଭାଙ୍ଗିଦେଲେ ଟିଭି

ବିଶ୍ଵକପ୍‌ରେ କଲମ୍ବୋରେ ମାଟି କାମୁଡ଼ିଛି ପାକିସ୍ତାନ। ଶୋଚନୀୟ ପରାଜୟ ପରେ ଲଜ୍ଜିତ ପାକିସ୍ତାନୀ କ୍ରିକେଟର।ଆଉ ଏପଟେ ଫ୍ୟାନ୍ସଙ୍କ ରାଗିକି ନିଆଁବାଣ, ଭାଙ୍ଗିଲେ ଟିଭି
୨୦୨୬ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ । ଗତକାଲି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି । ଏହା ପାକିସ୍ତାନର ଟି-୨୦ ଇତିହାସର ସବୁଠାରୁ ଅପମାନଜନକ ପରାଜୟ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନରେ ସବୁବେଳେ ଟିଭି ଭାଙ୍ଗିଥିବା ନଜିର ରହିଛି । ପାରମ୍ପରିକ ପ୍ରତିଦ୍ଵନ୍ଵୀ ଟିମ୍ ଇଣ୍ଡିଆଠାରୁ ହାରିବା ପରେ ଏବେ ପାକିସ୍ତାନର ରାସ୍ତାରେ ଟିଭି ଭାଙ୍ଗିଯାଉଛି । ଫଳରେ ପାକିସ୍ତାନୀ ପ୍ରଶଂସକଙ୍କ କ୍ରୋଧିତ ପ୍ରତିକ୍ରିୟା ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।ପାକିସ୍ତାନ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଏହାପରେ ଭାରତୀୟ ଷ୍ଟାର ବ୍ୟାଟର୍ ଇଶାନ କିଶାନ ୭୭ ରନ୍‌ର ଏକ ଧମାକାଦାର ଇନିଂସ ଖେଳିଥିଲେ । ଏହାର ଜବାବରେ ପାକିସ୍ତାନୀ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ସେମାନେ ୧୧୪ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲେ ଏବଂ ସମ୍ପୂର୍ଣ୍ଣ ୨୦ ଓଭର ମଧ୍ୟ ଖେଳିନଥିଲେ । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ ଜସପ୍ରିତ ବୁମରାହ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ପାକିସ୍ତାନ ୬୧ ରନ୍‌ରେ ବଡ଼ ପରାଜୟ ବରଣ କରିଥିଲା ।ରାଗିକି ନିଆଁବାଣ ପାକିସ୍ତାନୀ ଫ୍ୟାନ୍ସ। ମହାଶିବରାତ୍ରିରେ ଭାରତର ଦମଦାର ବିଜୟ ପରେ ପାକିସ୍ତାନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ପରାଜୟ ପରେ ଜଣେ ପ୍ରଶଂସକ ଏକ ଟେଲିଭିଜନ ଉପରେ ଇଟା ଫିଙ୍ଗିଥିଲେ । ତା’ପରେ ଅନ୍ୟ ପ୍ରଶଂସକମାନେ ମିଶି ଟିଭିକୁ ସମ୍ପୂର୍ଣ୍ଣ ଭାଙ୍ଗି ପକାଇଥିଲେ ।

Leave a Reply

Your email address will not be published. Required fields are marked *