ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା ।ସତର୍କ କଲା ପାଣିପାଗ ବିଭାଗ।ଲଘୁଚାପ ବର୍ଷା ପ୍ରଭାଵରେ ଆସୁଛି ପ୍ରବଳ ବର୍ଷା l ଆଗାମୀ 5 ଦିନ ପାଇଁ ବର୍ଷା ଜାରି ନେଇ ସତର୍କତା ଜାରି କଲା ବିଭାଗ l ସେପଟେ ଆଗାମୀ ଦୁଇ କିମ୍ବା ତିନି ଦିନ ମଧ୍ୟରେ ମୌସୁମି ବି ଓଡିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଚି l ପ୍ରାକ ମୌସୁମି ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ କେନ୍ଦ୍ରାପଡା,ଜଗତ୍ସିଂହପୁର, ଯାଜପୁର ,କଟକ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ l ବିଜୁଳି ଘଡ଼ଘଡ଼ି ଜନିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା l
ସେପଟେ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ସୁନ୍ଦରଗଡ ଜିଲା ମାନଙ୍କରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଝଟକା ପବନ 40 ରୁ 50 କିମି ବେଗରେ ବହିବାର ବି ସମ୍ଭାବନା ରହିଛି l
ସେପଟେ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ତେବେ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗି ରହିବ l ସେଥିପାଇଁ ଆଜିଠାରୁ ମସ୍ୟଜୀବୀ ମାନଙ୍କୁ ସତର୍କ କରାଯାଇଛି, କି ସେମାନେ ଆଗାମୀ 4 ରୁ 5 ଦିନ ପର୍ଯ୍ୟନ୍ତ ଗଭୀର ସମୁଦ୍ର ଭିତରକୁ ପ୍ରବେଶ ମନା କଲା ବିଭାଗ l ତେବେ ରାଜ୍ୟରେ ଲଘୁଚାପକୁ ନେଇ ପାଗରେ ବଡ ପରିବର୍ତ୍ତନ ସହିତ ଆସୁଛି ପ୍ରବଳରୁ ଅତି ପ୍ରବଳ ବର୍ଷା l ପ୍ରାକ ମୌସୁମି ବର୍ଷା ଜାରି ହୋଇଥିବାବେଳେ ସଅଳ ମୌସୁମୀ ଦୁଇ ରୁ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଛି ବିଭାଗ l