କୋଚିଂ ସାରି ଘରକୁ ଫେରୁଥିବା ବେଳେ ବଢ଼ିଲା ଝିଅ ସହ ଏମିତି କରିଥିଲେ ଯୁବକ
ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି
ହଁ ଆଜ୍ଞା ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ l କେମିତି ଧକ ରଙ୍ଗର ପୋଷାକ ପିନ୍ଧିବା ବଢ଼ିଲା ଝିଅ ଗାଡ଼ି ପଛପଟେ ବସିଛି l ଏପଟେ ଦଳେ ଯୁବକ ସେହି ଯୁବତୀଙ୍କୁ ଘେରି ପକାଇଛନ୍ତି l କେବଲ ଯୁବତୀ ନୁହନ୍ତି ଯୁବତୀଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକକୁ ମଧ୍ୟ ଦୁର୍ବୁତ୍ତମାନେ ଘେରି ଛନ୍ତି l ପରେ ଯୁବତୀ ସହିତ ଅଶ୍ଳୀଳ ହରକତ କରୁଛନ୍ତି l କିଏ ଯୁବତୀର ସମ୍ବେଦନଶୀଳ ଜାଗାରେ ହାତ ମାରୁଛି ତ ଆଉ କିଏ ଯୁବତୀକୁ ଧରି ଟେକି ନେଇଯାଉଛି l ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଯେମିତି ଭାଇରାଲ ହେଉଛି l ଭିଡିଓରେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇବା, ତାଙ୍କ ସହ ଅନୁଚିତ ଭାବେ ଶାରୀରିକ ସ୍ପର୍ଶ କରିବା ଏବଂ କିଛି ଯୁବକ ତାଙ୍କୁ ଟାଣି ନେଉଥିବା ଦେଖାଯାଉଥିବା ଅଭିଯୋଗ ହୋଇଛି l ପୋଲିସ ପୀଡ଼ିତ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ଚିହ୍ନଟ କରିବା ସହ ଭାଇରାଲ ଭିଡିଓକୁ ଆଧାର କରି ଏଫଆଇଆର୍ ରୁଜୁ କରିଛି l ପ୍ରାଥମିକ ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ ବିହାର ଜମୁଇ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା l ଜମୁଇ ସହରର ବାସିନ୍ଦା ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀ ଓ ଜଣେ ନାବାଳକ ଛାତ୍ର କୋଚିଂ କ୍ଲାସ ସାରି ସ୍କୁଟରରେ ମରୱା ପାହାଡ଼ ଯାଇଥିଲେ l
ଫେରୁଥିବା ବେଳେ କିଛି ଯୁବକ ରାସ୍ତାରେ ସେମାନଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି l ଘଟଣା ସମୟରେ ଯୁବକମାନେ ଛାତ୍ରୀଙ୍କ ସହ ଅନୁଚିତ ବ୍ୟବହାର କରିଥିବା ବେଳେ ଅନ୍ୟ ଜଣେ ଘଟଣାର କିଛି ଅଂଶ ରେକର୍ଡ କରିଥିବା ଅଭିଯୋଗ ହୋଇଛି l ଗୋଟିଏ ଭିଡିଓରେ କିଛି ଯୁବକ ଛାତ୍ରୀଙ୍କୁ ଘେରି ତାଙ୍କ ନାମ ଓ ଘର କେଉଁଠି ବୋଲି ପଚାରୁଥିବା ଦେଖାଯାଉଛି l ତାଙ୍କ ସହ ଥିବା ଛାତ୍ରଙ୍କୁ ଅଲଗା କରି ଦିଆଯାଇଥିବା ବେଳେ ଛାତ୍ରୀ ଯୁବକମାନଙ୍କ ଘେରରେ ରହିଥିବା ଅଭିଯୋଗ ହୋଇଛି l ଭିଡିଓରେ କିଛି ଯୁବକ ଛାତ୍ରୀଙ୍କ ସହ ଅନୁଚିତ ଶାରୀରିକ ବ୍ୟବହାର କରିବା ସହ ତାଙ୍କୁ ରାସ୍ତାରେ ଟାଣି ନେଉଥିବା ନେଇ ଜଣ ପଡିଛି l ତେବେ ତାରି ଭିତରେ କିଛି ଲୋକ ବିରୋଧ କରି ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି l ଅନ୍ୟ କିଛି ଯୁବକ ପୁଣି ସେଠାକୁ ଆସିବା ପରେ ହଇରାଣ ଜାରି ରହିଥିବା ଅଭିଯୋଗ ହୋଇଛି l ତେବେ ଏହି ଘଟଣା ପ୍ରାୟ ୨୦ ମିନିଟ୍ ଧରି ଚାଲିଥିବା ଅନୁମାନ କରାଯାଉଛି l ଯାହାଫଳରେ ସୋସିଆଲ ମିଡିଆରେ ପ୍ରାୟ ୧ ମିନିଟ୍ ୨ ସେକେଣ୍ଡ ଏବଂ ୩୫ ସେକେଣ୍ଡର ଦୁଇଟି ଭିଡିଓ ସାମ୍ନାକୁ ଆସିଛି l ଘଟଣା ପରେ ପ୍ରଥମେ ପୀଡ଼ିତା ଓ ତାଙ୍କ ପରିବାର ପୋଲିସରେ ଅଭିଯୋଗ କରିନଥିଲେ l କିନ୍ତୁ ପୋଲିସ ନିଜ ତରଫରୁ ଏକ fir ରୁଜୁ କରି ତଦନ୍ତ କରିଥିଲା l ଶେଷରେ ଏହି ଘଟଣାର ତଦନ୍ତ କରି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରି ଗିରଫ କରିଛି l ସେ ଏଲେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ ତାହା ଦେଖିବାକୁ ବାକି ରହିଲା l