ମୁଖ୍ୟ ସମାଚାର
ଦଶମ ଶ୍ରେଣୀ ଝିଅକୁ ଭିଡ଼ି ଧରି ଟେକି ନେଲେକଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣା
ମୁଖ୍ୟ ସମାଚାର
ଦଶମ ଶ୍ରେଣୀ ଝିଅକୁ ଭିଡ଼ି ଧରି ଟେକି ନେଲେକଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣା

ଦଶମ ଶ୍ରେଣୀ ଝିଅକୁ ଭିଡ଼ି ଧରି ଟେକି ନେଲେ

କୋଚିଂ ସାରି ଘରକୁ ଫେରୁଥିବା ବେଳେ ବଢ଼ିଲା ଝିଅ ସହ ଏମିତି କରିଥିଲେ ଯୁବକ

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ହଁ ଆଜ୍ଞା ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ l କେମିତି ଧକ ରଙ୍ଗର ପୋଷାକ ପିନ୍ଧିବା ବଢ଼ିଲା ଝିଅ ଗାଡ଼ି ପଛପଟେ ବସିଛି l ଏପଟେ ଦଳେ ଯୁବକ ସେହି ଯୁବତୀଙ୍କୁ ଘେରି ପକାଇଛନ୍ତି l କେବଲ ଯୁବତୀ ନୁହନ୍ତି ଯୁବତୀଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକକୁ ମଧ୍ୟ ଦୁର୍ବୁତ୍ତମାନେ ଘେରି ଛନ୍ତି l ପରେ ଯୁବତୀ ସହିତ ଅଶ୍ଳୀଳ ହରକତ କରୁଛନ୍ତି l କିଏ ଯୁବତୀର ସମ୍ବେଦନଶୀଳ ଜାଗାରେ ହାତ ମାରୁଛି ତ ଆଉ କିଏ ଯୁବତୀକୁ ଧରି ଟେକି ନେଇଯାଉଛି l ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଯେମିତି ଭାଇରାଲ ହେଉଛି l ଭିଡିଓରେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇବା, ତାଙ୍କ ସହ ଅନୁଚିତ ଭାବେ ଶାରୀରିକ ସ୍ପର୍ଶ କରିବା ଏବଂ କିଛି ଯୁବକ ତାଙ୍କୁ ଟାଣି ନେଉଥିବା ଦେଖାଯାଉଥିବା ଅଭିଯୋଗ ହୋଇଛି l ପୋଲିସ ପୀଡ଼ିତ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ଚିହ୍ନଟ କରିବା ସହ ଭାଇରାଲ ଭିଡିଓକୁ ଆଧାର କରି ଏଫଆଇଆର୍ ରୁଜୁ କରିଛି l ପ୍ରାଥମିକ ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ ବିହାର ଜମୁଇ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା l ଜମୁଇ ସହରର ବାସିନ୍ଦା ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀ ଓ ଜଣେ ନାବାଳକ ଛାତ୍ର କୋଚିଂ କ୍ଲାସ ସାରି ସ୍କୁଟରରେ ମରୱା ପାହାଡ଼ ଯାଇଥିଲେ l
ଫେରୁଥିବା ବେଳେ କିଛି ଯୁବକ ରାସ୍ତାରେ ସେମାନଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି l ଘଟଣା ସମୟରେ ଯୁବକମାନେ ଛାତ୍ରୀଙ୍କ ସହ ଅନୁଚିତ ବ୍ୟବହାର କରିଥିବା ବେଳେ ଅନ୍ୟ ଜଣେ ଘଟଣାର କିଛି ଅଂଶ ରେକର୍ଡ କରିଥିବା ଅଭିଯୋଗ ହୋଇଛି l ଗୋଟିଏ ଭିଡିଓରେ କିଛି ଯୁବକ ଛାତ୍ରୀଙ୍କୁ ଘେରି ତାଙ୍କ ନାମ ଓ ଘର କେଉଁଠି ବୋଲି ପଚାରୁଥିବା ଦେଖାଯାଉଛି l ତାଙ୍କ ସହ ଥିବା ଛାତ୍ରଙ୍କୁ ଅଲଗା କରି ଦିଆଯାଇଥିବା ବେଳେ ଛାତ୍ରୀ ଯୁବକମାନଙ୍କ ଘେରରେ ରହିଥିବା ଅଭିଯୋଗ ହୋଇଛି l ଭିଡିଓରେ କିଛି ଯୁବକ ଛାତ୍ରୀଙ୍କ ସହ ଅନୁଚିତ ଶାରୀରିକ ବ୍ୟବହାର କରିବା ସହ ତାଙ୍କୁ ରାସ୍ତାରେ ଟାଣି ନେଉଥିବା ନେଇ ଜଣ ପଡିଛି l ତେବେ ତାରି ଭିତରେ କିଛି ଲୋକ ବିରୋଧ କରି ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି l ଅନ୍ୟ କିଛି ଯୁବକ ପୁଣି ସେଠାକୁ ଆସିବା ପରେ ହଇରାଣ ଜାରି ରହିଥିବା ଅଭିଯୋଗ ହୋଇଛି l ତେବେ ଏହି ଘଟଣା ପ୍ରାୟ ୨୦ ମିନିଟ୍ ଧରି ଚାଲିଥିବା ଅନୁମାନ କରାଯାଉଛି l ଯାହାଫଳରେ ସୋସିଆଲ ମିଡିଆରେ ପ୍ରାୟ ୧ ମିନିଟ୍ ୨ ସେକେଣ୍ଡ ଏବଂ ୩୫ ସେକେଣ୍ଡର ଦୁଇଟି ଭିଡିଓ ସାମ୍ନାକୁ ଆସିଛି l ଘଟଣା ପରେ ପ୍ରଥମେ ପୀଡ଼ିତା ଓ ତାଙ୍କ ପରିବାର ପୋଲିସରେ ଅଭିଯୋଗ କରିନଥିଲେ l କିନ୍ତୁ ପୋଲିସ ନିଜ ତରଫରୁ ଏକ fir ରୁଜୁ କରି ତଦନ୍ତ କରିଥିଲା l ଶେଷରେ ଏହି ଘଟଣାର ତଦନ୍ତ କରି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରି ଗିରଫ କରିଛି l ସେ ଏଲେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *