ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ
ମୁଖ୍ୟ ସମାଚାର
ଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେ

ପୀତବାସ ହତ୍ୟା:ଆତ୍ମସମର୍ପଣ କଲା ସୁଦର୍ଶନ ଜେନା

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଆତ୍ମସମର୍ପଣ କରିଛନ୍ତି। ଘଟଣା ପରଠାରୁ ସୁଦର୍ଶନ ଫେରାର ଥିଲେ। ଗୁରୁବାର ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିଲା।

ଏହା ପରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ କୋରାପୁଟରୁ ଉଠାଇ ଆଣିଥିଲା। ତା’ର ହେଉଛି ସୁନୀଲ ହୋତା। ସୁନୀଲର ଜୟପୁରରେ ଏକ ଫାର୍ମହାଉସ ରହିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଉମା ବିଶୋୟୀ ଏବଂ ପୀତବାସଙ୍କୁ ଗୁଳି କରିଥିବା ଅଭିଯୁକ୍ତ କୁରୁପତି ଭୂୟାଁ ସୁନୀଲର ଫାର୍ମ ହାଉସରେ ୪ ଦିନ ରହିଥିଲେ।
[7:17 PM, 10/23/2025] +91 63703 26025: ପୁଣି ପଶ୍ଚିମବଙ୍ଗରେ ଲଜ୍ଜା, ମହିଳା ଡାକ୍ତରଙ୍କୁ ଅସଦାଚରଣ

ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ଏଥର ମଧ୍ୟ ଜଣେ ମହିଳା ଡାକ୍ତରଙ୍କ ଉପରେ ହୋଇଛି ପାଶବିକ ଅତ୍ୟାଚାର । ସେମିତି ଏକ ମେଡିକାଲ କଲେଜେ, ଜୁନିୟର ମହିଳା ଡାକ୍ତର । ଯାହାଙ୍କ ସହ ହୋଇଛି ଅନ୍ୟାୟ ।

ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଉଲୁବେରିଆ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଜଣେ ଟ୍ରାଫିକ୍ ହୋମଗାର୍ଡ ଆକ୍ରମଣ କରିଥିଲା ।

ପୋଲିସର କହିବାନୁଯାୟୀ, ଉଲୁବେରିଆ ଟ୍ରାଫିକ୍ ଗାର୍ଡର ଜଣେ ହୋମଗାର୍ଡ ଶେଖ୍ ବାବୁଲାଲ (୩୫) ତା’ର ଜଣେ ସମ୍ପର୍କୀୟ ମହିଳାଙ୍କୁ ହସ୍ପିଟାଲର ପ୍ରସୂତି ୱାର୍ଡରେ ଭତ୍ତର୍ତ କରିଥିଲା । ତା’ ସହିତ ୧୦ ରୁ ୧୨ ଜଣ ଲୋକ ମଧ୍ୟ ଥିଲେ। ସେହି ସମୟରେ ଜଣେ ମହିଳା ଜୁନିଅର ଡାକ୍ତର ୱାର୍ଡରେ ଡ୍ୟୁଟିରେ ଥିଲେ।

ମହିଳା ଡାକ୍ତର ଜଣକ ବାବୁଲାଲର ସମ୍ପର୍କୀୟଙ୍କୁ ଯେତେବେଳେ ପରୀକ୍ଷା କରିସାରିଥିଲେ । ତାପରେ ହଠାତ୍‌ ଚିକିତ୍ସାକୁ ନେଇ ବାବୁଲାଲ ଓ ତା’ସହ ଆସିଥିବା ଗୋଷ୍ଠୀ ଆକ୍ରମଣାତ୍ମକ ହୋଇପଡ଼ିଥିଲେ । ଅଭିଯୁକ୍ତ ନିଜକୁ ଜଣେ ପୋଲିସ ଅଧିକାରୀ ବୋଲି ଦାବି କରିବା ସହ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ କରିଥିଲା। ଖାଲି ସେତିକି ନୁହେଁ, ଡାକ୍ତରଙ୍କ ହାତ ମୋଡ଼ି ତାଙ୍କ ବେକକୁ ମୁଥ ମାରିଥିଲା । ତାପରେ ହସ୍ପିଟାଲ ବାହାରକୁ ଆସିଲେ ରେପ୍‌ କରିବ ବୋଲି ଧମକ ମଧ୍ୟ ଦେଇଥିଲା ।

ବାବୁଲାଲର ଏଭଳି ଆଚରଣ ଦେଖି ମହିଳା ଡାକ୍ତର ଜଣକ ଖୁବ୍‌ ଡରିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ନର୍ସ ଏବଂ ୱାର୍ଡ ଆଟେଣ୍ଡାଣ୍ଟମାନେ ବାବୁଲାଲଠାରୁ ମହିଳା ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ପରେ, ଡାକ୍ତର ଜଣକ କାନ୍ଦି କାନ୍ଦି ଘଟଣା ବିଷୟରେ ଜଣାଇଥିଲେ ଏବଂ ସେହି ରାତିରେ ଉଲୁବେରିଆ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କଲେ।

ମହିଳା ଡାକ୍ତର ଜଣକ କହିଛନ୍ତି ଯେ ଘଟଣା ସମୟରେ ୱାର୍ଡ ନିକଟରେ କୌଣସି ସୁରକ୍ଷା କର୍ମୀ ଉପସ୍ଥିତ ନଥିଲେ । ଯାହା ଫଳରେ ଆକ୍ରମଣକାରୀଙ୍କୁ ମାଡ଼ ମାରିବା ପାଇଁ ସହଜ ହୋଇଥିଲା। ସେମାନଙ୍କ ମନରେ ଡର ଭୟ ନଥିଲା । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ, ହୋମଗାର୍ଡ ବାବୁଲାଲ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।

ଅନ୍ୟପଟେ ଗ୍ରାମାଞ୍ଚଳ ପୋଲିସ ସୁବିମଲ ପାଲ କହିଛନ୍ତି ଯେ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ତାପରେ ଉଲୁବେରିଆ କୋର୍ଟରେ ହାଜର କରାଯିବ।

Leave a Reply

Your email address will not be published. Required fields are marked *