ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓ

ପୋଲିସ ବୁଝାଉଥିଲା କିନ୍ତୁ ଶୁଣିନଥିଲେ ଅଟୋ ବାଲା

ଶେଷରେ ମାଡ଼ ମାରି ଶହଶହ ଅଟୋ ବାଲାଙ୍କୁ ଭଗେଇଲା ପୋଲିସ

ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ହଁ ଆଜ୍ଞା ପୋଲିସ ଆଉ ଅଟୋ ବାଲା ମୁହମୁହି l କେଉଁଠି ଅଟୋ ବାଲା ମିଶି ପୋଲିସ କୁ ବିରୋଧ କରୁଛନ୍ତି l ତ ଆଉ କେଉଁଠି ପୋଲିସ ଶହଶହ ଅଟୋ ବାଲାଙ୍କ ଉପରେ ଲାଠି ଚାର୍ଜ କରୁଛି l ଯାହାର ଭିଡିଓ କେବଲ ରାଜଧାନୀ ଭୁବନେଶ୍ୱର ନୁହଁ ବରଂ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି l ଦେଖୁଦେଖୁ ଆନ୍ଦୋଳନ ତୀବ୍ର ହେଇଥିଲା l ମୋ ବସ୍ ର ପଂପ ଖୋଲି ଦେଲେ। ଟେକା ପଥର ଫିଙ୍ଗି କାଚ ଭାଙ୍ଗିଲେ। ଗୁଣ୍ଡ କରିଦେଲେ ପୋଲିସ ଗାଡ଼ି l ପୋଲିସ କଲା ଲାଠି ଚାର୍ଜ l ଡ୍ରାଇଭର ବି ପୋଲିସକୁ ପଥର ଫିଙ୍ଗିଲେ। ଯେମିତି ରଣକ୍ଷେତ୍ର ପାଲଟିଛି ଲୋୟର ପିଏମଜି ଏବଂ ମାଷ୍ଟର କ୍ୟାଣ୍ଟିନ୍ ଛକ l ପୋଲିସକୁ ଟେକା ମାଡ଼ କଲେ। ଆମ ବସ୍ ବି ଭାଙ୍ଗିଲେ l ବିଭିନ୍ନ ଦାବିକୁ ନେଇ ଭୁବନେଶ୍ବରରେ ଅନଲାଇନ୍ ଗାଡ଼ି ଚାଳକ ଆନ୍ଦେଳନକୁ ଓହ୍ଲାଇଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେଇଛି l ପୋଲିସ ଗୋଡ଼େଇ ଗୋଡ଼େଇ ଆନ୍ଦୋଳନକାରୀଙ୍କୁ ପିଟିଛି l ଆଉ ଭୁବନେଶ୍ବରର ଚଳଚଞ୍ଚଳ ମୁଖ୍ୟ ରାସ୍ତା ଲୋୟର ପିଏମଜିରେ ମହାଭାରତ ହୋଇଛି l ଏମିତି କିଛି ପୋଲିସ କର୍ମଚାରୀ ଓ ଡ୍ରାଇଭର ରକ୍ତାକ୍ତ ହୋଇଛନ୍ତି l ଆଜି ତୃତୀୟ ଦିନରେ ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା ବେଳେ ଏକାଠି ହୋଇଥିଲେ ସମସ୍ତ ଚାଳକ l ଲୋୟର ପିଏମଜିରେ ଧାରଣା ଦେଇ ନାରାବାଜି କରିଥିଲେ। ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ l ଅନଲାଇନ୍ ଟ୍ୟାକ୍ସିର ଭଡ଼ା ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବା ସହ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ୍ ନିର୍ଦ୍ଧାରଣ କରିବାକୁ ସଂଗଠନ ଦାବି କରିଛି l ଦିନରେ କିମି ପିଛା ୧୨ ଟଙ୍କା ଓ ରାତିରେ କିମି ପିଛା ୧୫ ଟଙ୍କା ଭଡ଼ା ନିର୍ଦ୍ଧାରଣ ପାଇଁ ଦାବି କରିଛନ୍ତି ଡ୍ରାଇଭର ସଂଘ l ତା’ସହ ଇନ୍ଧନ ଦର ବଢ଼ିଲେ ଭଡ଼ା ବୃଦ୍ଧି, ପିକ୍-ଆୱାର୍ ଓ ସପ୍ତାହାନ୍ତ ବୋନସ୍, ଦୀର୍ଘ ଦୂରତା ପିକଅପ୍ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଦାବି କରିଛନ୍ତି। ସରକାର ସଙ୍ଘ ସହ ତୁରନ୍ତ ଆଲୋଚନା କରି ଦାବିଗୁଡ଼ିକ ଲାଗୁ କରିବାକୁ ୟୁନିଅନ୍ ପକ୍ଷରୁ ଅନୁରୋଧ କରାଯାଇଛି l ହେଲେ ଆନ୍ଦୋଳନ ବେଳେ ପୋଲିସ ନାଲିଆଖି ଦେଖାଇବାରୁ କଥା ଲାଠି ଚାର୍ଜ ଯାଏଁ ଯାଇଛି। ଅଟୋ ଚାଳକ ଗାଡ଼ି

Leave a Reply

Your email address will not be published. Required fields are marked *